ଭୁବନେଶ୍ବର : ଓଡିଶାର ସାଢେ ୪ କୋଟି ଓଡିଆ ଲୋକଙ୍କୁ ଦିଆଯାଉ କରୋନା ଟିକା । ଏହାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛି କଂଗ୍ରେସ । ଦେଶରେ କରୋନା ସଂକ୍ରମଣ ଦ୍ରୁତଗତିରେ ବଢି ଚାଲିଥିବା ବେଳେ ମୋଦୀ ସରକାର ଲୋକଙ୍କୁ ଟିକା ଯୋଗାଇବାରେ ବିଫଳ ହୋଇଛନ୍ତି । ଏବଂ ରାଜ୍ୟରେ ଏହି ମହାମାରୀ ସମୟରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ନିକଟରେ ଭ୍ୟାକସିନ୍ ମାଗି କରି ଆଣି ପାରୁନଥିବା ଅଭିଯୋଗ କରିଛି କଂଗ୍ରେସ ।
ସେହିପରି କୋୱିନ୍ ପୋର୍ଟାଲ ଜରିଆରେ ଆଦିବାସୀ ବହୁଳ ଅଂଚଳରେ ରେଜିଷ୍ଟ୍ରେସନ କରିବା ସଂଭବ ନୁହଁ । ଏହି ସବୁ ଅଂଚଳକୁ ପୋର୍ଟାଲରୁ ବାଦ୍ ଦେବାକୁ ଦାବି କରିଛି କଂଗ୍ରେସ । ସେହିପରି ବାତ୍ୟା ୟାସ୍ ପ୍ରଭାବିତ ଅଂଚଳ ବୁଲିବା ପରେ ରାଜ୍ୟରେ ସାଢେ ୬ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କେବଳ ପ୍ରହସନ ବୋଲି କହିଛନ୍ତି କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ।