ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦ, ଛଅ ଘଣ୍ଟିଆ ଓଡିଶା ବନ୍ଦ, ଶିଳ୍ପ ଜିଲା ପ୍ରଭାବିତ।

ଭୁବନେଶ୍ବର/ ଅନୁଗୋଳ :ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ୬ ଘଣ୍ଟିଆ ବନ୍ଦ ପାଳନ ଜାରି ରହିଛି। ସକାଳ ୭ଟାରୁ ଦିନ ଗୋଟାଏ ଯାଏଁ ଏହି ବନ୍ଦ ପାଳନ କରାଯାଉଛି। ଏହାର ପ୍ରଭାବ ସାରା ରାଜ୍ୟରେ ପଡ଼ିଛି । ସାରା ରାଜ୍ୟରେ କଂଗ୍ରେସର ବନ୍ଦ ପାଳନ ଜାରି ରହିଥିବାବେଳେ କଟକ, ପୁରୀ, ବାଲେଶ୍ୱର ଅନୁଗୋଳ  ସମେତ ବିଭିନ୍ନ ଜିଲ୍ଲାରେ ରାସ୍ତା ଉପରକୁ କଂଗ୍ରେସ କର୍ମୀ ଆସିଥିବାର ଦେଖିବାକୁ ମିଳିଛି। ତେବେ ଏହାଯୋଗୁଁ ରାଜରାସ୍ତାରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଏହାକୁ ଦୃଷ୍ଟିରେ ରଖି  ରାଜ୍ୟ ବ୍ୟାପୀ  ବିଭିନ୍ନ ଛକମାନଙ୍କରେ ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି.

କଂଗ୍ରେସର ଓଡ଼ିଶା ବନ୍ଦ ପ୍ରଭାବ ପଡିଛି ଶିଳ୍ପ ଜିଲ୍ଲା ଅନୁଗୋଳ ରେ ପଡ଼ିଛି l ଗାଡ଼ି ଚଳାଚଳ, ଦୋକାନ ବଜାର ବନ୍ଦ ରହିଛି। ଜିଲ୍ଲା ସଭାପତି ବିପ୍ଲବ ଜେନା ଙ୍କ ସହ ଶତାଧିକ କଂଗ୍ରେସ ନେତା, କର୍ମୀ  ନଳକୋ  ସ୍ମେଲ୍ଟର  ପ୍ଳାଣ୍ଟ ସମ୍ମୁଖରେ ୫୫ ନଂ  ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଏହାଫଳରେ ଶହ ଶହ ଗାଡ଼ି ଅଟକି ରହିଛି।

ସମ୍ଭାବ୍ୟ ସ୍ଥିତି ଦୃଷ୍ଟିରେ ରଖି ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେହିପରି ଜାତୀୟ ରାଜପଥ ର ହୁଲୁରିଶିଙ୍ଗା ବ୍ରିଜ ନିକଟରେ ମଧ୍ୟ କଂଗ୍ରେସ ପକ୍ଷରୁ ପ୍ରତିବାଦ ବିକ୍ଷୋଭ ଜାରି ରହିଛି ।ସେହିପରି ଜିଲ୍ଲାର ଆଠ ଟି ଜାକ ବଳ୍କ ରେ କଂଗ୍ରେସ ବିରୋଧ ଜାରି ରହିଛି ।

Leave a Reply

Your email address will not be published. Required fields are marked *