ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରୁ ରାଜ୍ୟ ସରକାର କଟକଣାକୁ ବଢ଼ାଇ ଦେଇଛନ୍ତି। ପୂର୍ବରୁ ରାତ୍ରିକାଳୀନ କର୍ଫ୍ୟୁ ରାତି ୧୦ଟାରୁ ଲାଗୁ ହେଉଥିବା ବେଳେ ଏହା ଏବେ ୯ଟାରୁ ଆରମ୍ଭ ହେବ। ଏହା କେବଳ ରାଜ୍ୟର ସମସ୍ତ ସହରାଞ୍ଚଳରେ ପାଇ ଉଦ୍ଦିଷ୍ଟ ବୋଲି ବୁଧବାର ସ୍ୱତନ୍ତ୍ର ରିଲିଫ୍ କମିସନର (ଏସ୍ଆରସି) ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି।
ଏସ୍ଆରସି ଶ୍ରୀ ଜେନା କହିଛନ୍ତି ଯେ, ଅତ୍ୟାବଶ୍ୟକ ସେବା ପାଇଁ କୋଭିଡ-୧୯ କଟକଣା ଲାଗୁ ହେବ ନାହିଁ। ବର୍ତ୍ତମାନ ମାଟ୍ରିକ୍ ପରୀକ୍ଷା ପାଇଁ ସମେଟିଭ୍ ପରୀକ୍ଷା ଚାଲିଛି। ଆଗାମୀ ୮ ତାରିଖ ପରେ ସ୍କୁଲ ବନ୍ଦ ରହିବ। ପରୀକ୍ଷା ପରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ-କଲେଜ ଗୁଡ଼ିକ ବନ୍ଦ ରହିବ।
ସେହିପରି ମଲ, ମାର୍କେଟ, ହାଟ, ଦୋକାନ-ବଜାରରେ ଭିଡ଼ ହ୍ରାସ ପାଇଁ ସମସ୍ତେ ଉଦ୍ୟମ କରିବେ ବୋଲି ଶ୍ରୀ ଜେନା କହିଛନ୍ତି। କାରଣ ଏହା ନିଜସ୍ୱ ଦାୟିତ୍ୱ। ବ୍ୟବସାୟୀ ଓ ଦୋକାନୀମାନେ ଦାୟିତ୍ୱରେ ଖିଲାପ କଲେ କାର୍ଯ୍ୟନୁଷ୍ଠାନ ନିଆଯିବା ଏହା ସହିତ ସଂପୃକ୍ତ ବ୍ୟବସାୟିକ ଅନୁଷ୍ଠାନକୁ ପରବର୍ତ୍ତୀ ୭ ଦିନ ସିଲ୍ କରାଯିବ। ସାମାଜିକ, ଧାର୍ମିକ, ରାଜନୈତିକ, ଶୈକ୍ଷିକ କାର୍ଯ୍ୟକ୍ରମରେ ୧୦୦ ଲୋକ ଅଂଶଗ୍ରହଣ କରିପାରିବେ। ହଲ୍ କ୍ୟାପେସିଟିର ୫୦ ପ୍ରତିଶତ ରହିବ। ପିକ୍ନିକ୍କୁ ବାରଣ କରାଯାଇଛି। ହୋଟେଲ, କଲ୍ୟାଣ ମଣ୍ଡପ ଆଦିରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନା ନାହିଁ। ସମାରୋହକୁ ମନା। ବ୍ୟକ୍ତିଗତ ସମାରୋହ ଘର ଭିତରେ କରିପାରିବେ। ଧର୍ମାନୁଷ୍ଠାନ ଗୁଡ଼ିକ ବନ୍ଦ ରହିବ। କେବଳ ଧାର୍ମିକ ନୀତିର ଆୟୋଜନ ହେବ। କିନ୍ତୁ ଅୟୋଜନ ନେଇ ସ୍ଥାନୀୟ ପ୍ରଶାସନ ନେଇ ଏହାରି ଉପରେ ନିଷ୍ପତ୍ତି ନେବେ। ଏସ୍ଆରସି କହିଛନ୍ତି, ହୋଟେଲ ଓ ରେଷ୍ଟୁରାଣ୍ଟ ୫୦ ପ୍ରତିଶତ କ୍ଷମତାରେ ଚାଲିବ। ରାସ୍ତାଘାଟରେ ୯ଟା ପର୍ଯ୍ୟନ୍ତ ବ୍ୟବସାୟ କରିପାରିବେ। ତାଙ୍କ ସାମ୍ନାରେ ୫ରୁ ଅଧିକ ଲୋକ ରହିବେ ନାହିଁ। ବସ୍, କାର, ଟ୍ୟାକ୍ସି ଆଦିରେ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଯାତ୍ରାରେ ମଧ୍ୟ ପୂର୍ବଭଳି ୧୦୦୦ ଦର୍ଶକ ରହିପାରିବେ। କିନ୍ତୁ ମାସ୍କକୁ ଗୁରୁତ୍ୱ ଦିଆଯିବ। ସିନେମା ହଲ, ମଲ୍ଟିପ୍ଲେକ୍ସରେ ୫୦ ପ୍ରତିଶତ କ୍ଷମତାରେ ଚାଲିବ। ନନ୍ଦନକାନନ ଓ ଉଦ୍ଭିଦ ଉଦ୍ୟାନରେ ଦର୍ଶକ ଅନ୍ଲାଇନ୍ରେ ଟିକେଟ କିରିବେ। ଇନଡୋର ଓ ଆଉଟ୍ଡୋର ଫିଲ୍ମ ସୁଟିଂ ହୋଇପାରିବ।
ବିବାହରେ ୧୦୦, ଶୁଦ୍ଧିକ୍ରିୟାରେ ୫୦ଙ୍କୁ ଅନୁମତି
ବିବାହ ସମାରୋହରେ ୧୦୦ ଲୋକ ଓ ଶୁଦ୍ଧିକ୍ରିୟାରେ ୫୦ ଜଣ ସାମିଲ ହୋଇପାରିବେ। ବିବାହ ଶୋଭାଯାତ୍ରାରେ ସାମିଲ ହେବାକୁ ୩୦ ଜଣଙ୍କୁ ଅନୁମତି ମିଳିବ। ବିବାହ ପାଇଁ ଅତୀତର ମାର୍ଗଦର୍ଶିକାକୁ ବ୍ୟବହାର କରାଯିବ। ବିବାହ ପାଇଁ ଏକାଧିକ କାର୍ଯ୍ୟକ୍ରମ ଯଥା ହଳଦୀ ଓ ଅନ୍ୟ ଆୟୋଜନ କରାଯାଇପାରିବ ନାହିଁ। ସରକାରୀ କାର୍ଯ୍ୟାଳୟ ୫୦ ପ୍ରତିଶତ କ୍ଷମତାରେ ପରିଚାଳିତ ହେବ। କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣାଧିନ କାର୍ଯ୍ୟାଳୟରେ ମଧ୍ୟ କମ କର୍ମଚାରୀରେ କାମ କରବାକୁ ଅନୁରୋଧ କରିବୁ। ରାଜ୍ୟ ସରକାର ଜୀବିକା ପ୍ରତି ସଚେତନ ଅଛନ୍ତି। ଏହି କଟକଣା ଗୁଡ଼ିକୁ ସଫଳତାର ସହିତ ପାଳନ କରିବା, ତା’ହେଲେ ଆମେ ସୁରକ୍ଷିତ ରହିବା।