ବିଗୁଡୁଛି ସ୍ଥିତି ଗୋଟିଏ ଦିନରେ ଅନୁଗୋଳ ଜିଲ୍ଲାରୁ ୩୯ ପଜିଟିଭ ।

କାରୋନା ଗ୍ରାଫ ରେ ବଢୁଛି ଅନୁଗୋଳ ଜିଲ୍ଲାର ସ୍ଥିତି । ଆଜି ଗୋଟିଏ ଦିନରେ ଜିଲ୍ଲାରୁ ‌୩୯ ଜଣ କରୋନା ପଜିଟିଭ ଚିହ୍ନଟ ଗୋଇଥିବା ବେଳେ ପଜିଟିଭ ସଂଖ୍ୟା ପହଞ୍ଚିଛି ୧୨୫୮୦ରେ ।  ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୋଳରେ ସ୍ବାବ ନମୁନା ଦେଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରୁ କେହି ଆକ୍ରାନ୍ତ ହୋଇ ନଥିବାରୁ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨୫୧ ରେ ରହିଛି ।

ଆକ୍ରାନ୍ତ ମାନଙ୍କ ମଧ୍ୟରେ ଛେଣ୍ଡିପଦା ବ୍ଲକରୁ ୧୧ ଜଣ, କଣିହାଁ ବ୍ଲକ ରୁ ୪ ଜଣ‌, ବଅଁରପାଳ ବ୍ଲକରୁ ୪ ଜଣ, ତାଳଚେର ବ୍ଳକରୁ ୨ ଜଣ, ଅନୁଗୋଳ ବ୍ଲକ ୧ଜଣ , ତାଳଚେର ପୌରପାଳିକା ରୁ ୧୧ ଜଣ ଓ ଅନୁଗୋଳ ପୌରପାଳିକାରୁ ୬ ଜଣ ଚିହ୍ନଟ ହୋଇଛନ୍ତି । ଲକ୍ଷଣ ଯୁକ୍ତ ଆକ୍ରାନ୍ତଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରୋନା ଓ୍ବ।ଡକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତରଣ କରାଯାଇଥିବା ବେଳେ ସ୍ୱଳ୍ପ ଲକ୍ଷଣ ଯୁକ୍ତ ଓ ଲକ୍ଷଣ ବିହୀନ ଆକ୍ରାନ୍ତ ମାନଙ୍କୁ ନିଜ ଘରେ ଆଇସୋଲେଶନରେ ରଖାଯାଇ ନିରୀକ୍ଷଣ  କରାଯାଉଛି  ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକାଶ କରିଛନ୍ତି । କୋଭିଡ ନିତି ନିୟମ ମାନିବା ସହିତ ମାସ୍କ ପରିଧାନ ଓ ସାମାଜିକ ଦୂରତା ଅବଲମ୍ବନ କରିବାକୁ ଜିଲ୍ଲାପାଳ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *