ଅସୁସ୍ଥ ବାପାଙ୍କ ପାଖକୁ ଯାଉଥିବା ପୁଅ ବୋହୂ କାର ଦୁର୍ଘଟଣାରେ ମୃତ୍ୟୁ, ଆଉ ୩ ଗୁରୁତର ।

ବୌଦ୍ଧ: ପରିବାର ସହ ବାପଙ୍କୁ ଦେଖାକରିବାକୁ ଯାଉଥିଲେ କିନ୍ତୁ ବାଟରେ ଜଗିଥିଲା ମୃତ୍ୟୁ ସେମାନଙ୍କୁ ଅଜଣା ଥିଲା। ଦୁର୍ଘଟଣାରେ କାର୍ ଚୁରମାର୍ ହୋଇଗଲା ଆଉ ଅକାଳରେ ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ। ଏଭଳି ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ଚାରିଛକ ନିକଟରେ । ଭାରସାମ୍ୟ ହରାଇ ଗଛକୁ ପିଟିଲା କାର। ଘଟଣାସ୍ଥଳରେ ଦମ୍ପତିଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୩ ଗୁରୁତର ହୋଇ ପଡିଛନ୍ତି।

ଖବର ପାଇ ଘଟଣାସ୍ଥଳରେ ହରଭଙ୍ଗା ଅଗ୍ନିଶମବାହିନୀ ଆହତଙ୍କୁ ଉଦ୍ଧାର କରି ପୁରୁଣାକଟକ ମେଡିକାଲରେ ଭର୍ତ୍ତି କରାଯାଇଛି।  ମୃତ ଦମ୍ପତି ଗଂଜାମ ଜିଲ୍ଲାର ସୁରେନ୍ଦ୍ର ନାୟକ ଏବଂ ତାଙ୍କ ପତ୍ନୀ ବୋଲି ଜଣାପଡିଛି। ପୁରୁଣାକଟକ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ମୃତଦେହ ଗୁଡିକୁ ଜବତ କରି ତଦନ୍ତ ଆରମ୍ଭ କରାଇଛି। ବ୍ରହ୍ମପୁରରୁ ପରିବାର ଲୋକଙ୍କ ସହ ରାଉରକେଲା ଯାଉଥିବାବେଳେ ବୌଦ୍ଧ ଚାରିଛକ ନିକଟରେ ଏ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।

Leave a Reply

Your email address will not be published. Required fields are marked *