କୋଭିଡ ଟିକା ନ ନେଲେ ମିଳିବନି ସମ୍ମୁଖ ଯୋଦ୍ଧାଙ୍କୁ ସରକାରୀ ସୁବିଧା,ଚିଠି ଲେଖିକଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ।

ଭୁବନେଶ୍ବର: ସମ୍ମୁଖ ଯୋଦ୍ଧାଙ୍କୁ ପୁଣି କରୋନା ଟିକା ଦେବାକୁ ନେଇ ଚିଠି  ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ଭୁବନେଶ୍ବର, କଟକ, ବ୍ରହ୍ମପୁର ଓ ରାଉରକେଳା କମିସନରଙ୍କୁ ଚିଠି ଲେଖିଛନ୍ତି।ଟିକା ନେଇ ନଥିବା ସ୍ବାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦେବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି। କାରଣ ନଥାଇ ଟିକା ନ ନେଇଥିବା ବ୍ୟକ୍ତି ସଂକ୍ରମିତ ହେଲେ ସରକାରୀ ସୁବିଧା ମିଳିବ ନାହିଁ। ସେହିପରି ମାଗଣା ଚିକିତ୍ସା, ମୃତ୍ୟୁରେ ଆର୍ଥିକ ସହାୟତା ସୁବିଧା ଦିଆଯିବ ନାହିଁ ବୋଲି ସେ କହିଛନ୍ତି।

Advertisement

ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଛନ୍ତି ଯେ, ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ ୮୫ ପ୍ରତିଶତ ସ୍ବାସ୍ଥ୍ୟକର୍ମୀ ଟିକା ନେଇଛନ୍ତି। ଏବେ ସମ୍ମୁଖ ଯୋଦ୍ଧାଙ୍କୁ କରୋନା ଟିକା ଦିଆଯିବା ପ୍ରକ୍ରିୟା ଜାରି ରହିଛି। ସ୍ବାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ କରୋନା ଟିକା ଦେବା କ୍ଷେତ୍ରରେ ଜାତୀୟ ସ୍ତରରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି।

ତେବେ ବାରମ୍ବାର ସୂଚିତ କରାଯିବା ପରେ ମଧ୍ୟ ପଂଜୀକୃତ କିଛି ସ୍ବାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧା ପ୍ରଥମ ପର୍ଯ୍ୟାୟରେ କରୋନା ଟିକା ନେଇ ନାହାନ୍ତି।

Leave a Reply

Your email address will not be published. Required fields are marked *