କୋଭିଡ କଟକଣାରେ କୋହଳ, ଅଗଷ୍ଟ ମାସ ପାଇଁ ଜାରି ହେଲା ଗାଇଡ ଲାଇନ ।

ଭୁବନେଶ୍ୱର: କରୋନା ମୁକାବିଲା ସହିତ ଅଗଷ୍ଟ ମାସ ପାଇଁ ରାଜ୍ୟ ସରକାର ଗାଇଡଲାଇନ୍ ଜାରି କରିଛନ୍ତି । ସାରା ରାଜ୍ୟରେ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ । ଅଗଷ୍ଟ ମାସରେ ରାତି ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଏହି କଟକଣା ରହିବ ବୋଲି ସ୍ୱତନ୍ତ୍ର ରିଲିଫ କମିସନର (ଏସ୍‌ଆରସି) ପ୍ରଦୀପ ଜେନା ଶନିବାର ସୂଚନା ଦେଇଛନ୍ତି । ଅର୍ଥାତ ସକାଳ ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ଦୋକାନ-ବାଜର ଗୁଡ଼ିକ ଖୋଲା ରହିବ । ଅଗଷ୍ଟ ମାସର ଗାଇଡ ଲାଇନରେ ସରକାର କାଟାଗୋରୀ-ଏ ଓ କାଟାଗୋରୀ-ବି ଜିଲ୍ଲା ତାଲିକା ହଟାଇ ଦେଇଛନ୍ତି ।

ଏସ୍‌ଆରସି ଶ୍ରୀ ଜେନା କହିଛନ୍ତି ଯେ, କଟକ ଓ ଭୁବନେଶ୍ୱରରେ ସପ୍ତାହାନ୍ତ ସଟଡାଉନ ଜାରି ରହିଲେ ବି ଜରୁରୀକାଳୀନ ସେବା ପ୍ରଭାବିତ ହେବ ନାହିଁ । ସେହିଭଳି ପୁରୀ ସହରରେ ମଧ୍ୟ ସପ୍ତାହାନ୍ତ ସଟଡାଉନ ଜାରି ରହିବ । ରାଜ୍ୟରେ ଧାର୍ମିକ, ରାଜନୈତିକ, ସାଂସ୍କୃତିକ, ପ୍ରଦର୍ଶନୀ, ବାଣିଜ୍ୟ ମେଳା-ମହୋତ୍ସବ ଆଦି କ୍ଷେତ୍ରରେ କଟକଣା ଜାରି ରହିବ । କିନ୍ତୁ ଜିଲ୍ଲା ପ୍ରଶାସନର ଅନୁମତି ନେଇ ତଥା ସ୍ଥାନୀୟ ଅଂଚଳର ସ୍ଥିତିକୁ ଦୃଷ୍ଟିରେ ରଖି ଧର୍ମାନୁଷ୍ଠାନ ଖୋଲାଯାଇପାରିବ । ପୁରୀ ଶ୍ରୀମନ୍ଦିର ଓ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ଜିଲ୍ଲା ପ୍ରଶାସନ, ମନ୍ଦିର ପ୍ରଶାସନ ଓ ସେବାୟତ ନିଯୋଗଙ୍କର ବୈଠକ ହେବ.

ମନ୍ଦିର ଖୋଲିବା ନିଷ୍ପତ୍ତି ସ୍ଥାନୀୟ ପ୍ରଶାସନ ନେବେ ।

୫୦% ଦର୍ଶକଙ୍କୁ ନେଇ ଖୋଲିବ ଫିଲ୍ମ ହଲ୍, ଥିଏଟର ।

୫୦% କ୍ଷମତାରେ ଖୋଲିବ ରେଷ୍ଟୁରାଣ୍ଟ, ଢ଼ାବା ।

ପାର୍କ ଓ ବିଚକୁ ଯିବାକୁ ପାଇଁ ମିଳିବ ଅନୁମତି ।

ଆହାର କେନ୍ଦ୍ରରେ ଖାଇବାକୁ ଅନୁମତି ମିଳିଛି ।

ରାସ୍ତାକଡ଼ ଠେଲା ପାଖେ ଖାଇବାକୁ ଅନୁମତି ଦିଆଯାଇଛି ।

୫୦ ପ୍ରତିଶତରେ ଯାତ୍ରା ହୋଇପାରିବ ।

ମୁକ୍ତକାଶ ରଙ୍ଗମଞ୍ଚକୁ ବି ଅନୁମତି ମିଳିଛି ।

ଶିକ୍ଷାନୁଷ୍ଠାନ ଓ କୋଚିଂ ସେଣ୍ଟର ଖୋଲିବାକୁ ଅନୁମତି ମିଳିଛି ।

ସରକାରୀ ଓ ବେସରକାରୀ ପରୀକ୍ଷା ହୋଇପାରିବ ।

ୱାଟର ପାର୍କ, ମୀନାବଜାର ଓ ସୁଇମିଂ ଖୋଲିପାରିବ ।

କ’ଣ ବନ୍ଦ

ବର୍ତ୍ତମାନ ରାଜ୍ୟରେ ଧର୍ମାନୁଷ୍ଠାନ ବନ୍ଦ ରହିବ ।

ସାମାଜିକ ଓ ରାଜନୈତିକ ସମାବେଶ ହୋଇପାରିବ ନାହିଁ ।

ପ୍ରଦର୍ଶନୀ, ବାଣିଜ୍ୟ ମେଳା ଓ ମହୋତ୍ସବକୁ ବାରଣ କରାଯାଇଛି ।

ବିବାହ ଓ ଅନ୍ତ୍ୟେଷ୍ଟି ପାଇଁ କଟକଣା ବଳବତ୍ତର ରହିଛି ।

Leave a Reply

Your email address will not be published. Required fields are marked *