ବାହାରିଲା କୋଭିଡ ଟୀକା ଏକ୍ସପ୍ରେସ୍…

। ଜିଲ୍ଲାରେ କୋଭିଡ଼ ଟୀକାକରଣକୁ ଶତ ପ୍ରତିଶତ କରିବା ଉଦ୍ଦେଶ୍ୟରେ ଆଜି ଜିଲ୍ଲା କାର୍ଯ୍ୟାଳୟ ପରିସରରୁ ବାହାରିଲା ୧୨ଟି ଭ୍ୟାନ୍ । ଏହି ସୁସଜ୍ଜିତ ଭ୍ୟାନ୍‌କୁ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିବା ସହ ଟୀକାକରଣ କାର୍ଯ୍ୟକୁ ତ୍ବରାନ୍ବିତ କରିବା ନିମନ୍ତେ ନିୟୋଜିତ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଏହି ଭ୍ୟାନ୍ ଗାଁକୁ ଗାଁ ବୁଲି ଡାକବାଜି ଯନ୍ତ୍ର ଯୋଗେ ଟୀକା ନ ନେଇଥୁବା ଲୋକମାନଙ୍କୁ ଟୀକା ନେବାକୁ ପ୍ରବର୍ତ୍ତାଇବ ଏହି ଭ୍ୟାନରେ ଜଣେ ଟୀକା ଦେବା କର୍ମଚାରୀ, ଜଣେ ଏ ଏନ୍ ଏମ୍ ଓ ଆଧାର କାର୍ଡ ସହ ଡାଟା ଏଣ୍ଟ୍ରି ଭେରିଫିକେସନ୍‌ କରିବା ଲାଗି ଜଣେ କର୍ମଚାରୀ ନିୟୋଜିତ ରହିବେ । ଏହି ଭ୍ୟାନ୍ ୧୮ ବର୍ଷରୁ ଊର୍ଦ୍ଧ୍ବ ଓ ପ୍ରକସନ ଡୋଜ୍ ଭାବେ କୋଭିସିଲୁ ଟୀକା ଦେବେ ବାହାରିଥିବା ୧୨ଟି ଭ୍ୟାନ ମଧ୍ୟରୁ ପାଲଲହଡା ପାଇଁ ୩ଟି,ଅନୁଗୋଳ ପାଇଁ ୩ଟି,ବଅଁରପାଳ ପାଇଁ ୨ଟି ,ଛେଣ୍ଡିପଦା ପାଇଁ ୨ଟି ,ଆଠମଲ୍ଲିକ ଓ କଣିହାଁ ପାଇଁ ଗୋଟିଏ ଲେଖାଏଁ ଭ୍ୟାନ ବିଭିନ୍ନ ଅଞ୍ଚଳ ପରିକ୍ରମା କରି ପ୍ରଥମ ଡୋଜ୍ ଓ ଦ୍ବିତୀୟ ଡୋଜ୍ ଟୀକା ପ୍ରଦାନ କରିବ ଏହି କୋଭିଡ ଟୀକା ଏକ୍ସପ୍ରେସ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ତ୍ରିଲୋଚନ ପ୍ରଧାନ,ଅନୁଗୋଳ ପୌରପାଳିକାର ନିର୍ବାହୀ ଅଧିକାରୀ ଶ୍ରୀ ଗିରିଜା ଶଙ୍କର ମଲ୍ଲିକ, କେୟାର ଈଣ୍ଡିଆର ପ୍ରତିନିଧି ଶ୍ରୀ ମହେନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *