ଅନୁଗୋଳ: ଶିକ୍ଷକ ପଡା ସାଇ ମନ୍ଦିର ପଡିଆରେ ତୃତୀୟ ଶ୍ରୀ ସାଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି । ଏପିକ ବ୍ଳାଷ୍ଟର କ୍ଲବ ପକ୍ଷରୁ ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚାରିଦିନିଆ ମ୍ୟାଚ ରେ ଜିଲାର ୧୬ ଟି ଟିମ ଭାଗ ନେଇଥିଲେ । ଉଦଜାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ଅନୁଗୋଳ ପୌରପାଳିକାର ଉପ ନଗରପାଳ ଅନୁପମା ସାହୁ , ଏବଂ ବିଜେପି ନେତ୍ରୀ ସୁଜାତା ଦାସ , ବିଜେପି ର ୟୁଥ ଡାଇନାମିକ ଲିଡର ଦିବ୍ଯାଂସୀ ସ୍ଵାଇଁ (୧ନଂ ୱାର୍ଡ ) ଅତିଥିଭାବେ ଯୋଗଦେଇ ଖେଳାଳି ମାନକୁ ଉତ୍ସାହିତ କରିଥିଲେ ।

ମ୍ଯାଚ ଶେଷ ଦିନରେ କ୍ରିକେଟ ଇଣ୍ଟର୍ଟ୍ରେମେଣ୍ଟ ରଣିଗୋଡା ଓ LLG ଅନୁଗୋଳ ଦଳ ମଧ୍ୟରେ ମ୍ଯାଚ ହୋଇଥିଲା ।ରଣିଗୋଡା ଦଳ LLG ଅନୁଗୋଳ କୁ ୬ ୱିକେଟ ରେ ହରାଇ ବିଜୟ ଲାଭ କରିଥିଲା।ଚମ୍ପିୟାନ ଦଳକୁ ୧୫ ହଜାର ଓ ରନର୍ସ ଅଫ ଦଳ କୁ ୯ ହାଜର ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ ଅତିଥି ଓ ଆୟୋଜକ କ୍ଲବ ।