ଅନୁଗୋଳ : ଆଜି ଆଇଡ୍ରିମ୍ ନର୍ସିଂ ଏବଂ ମ୍ୟାନେଜମେଣ୍ଟ କଲେଜ ତାଳଚେର ଓ ଜନ ଶିକ୍ଷଣ ସଂସ୍ଥାନ ଅନୁଗୋଳ ମିଳିତ ଆନୁକୁଲ୍ୟରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ତତ୍ତ୍ଵାବଧାନରେ ଏକ ସାଇବର କ୍ରାଇମ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯକ୍ରମ ରେ ଅନୁଗୋଳ ସାଇବର ଥାନା ମୁଖ୍ୟ ଅଧିକାରୀ ଶ୍ରୀ ଖଲେସ୍ୱର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦାନ ଦେବା ସହ ଜେ. ଏସ୍. ଏସ୍ ନିର୍ଦ୍ଦେଶକ ଶ୍ରୀ ସୌରୀ ରଞ୍ଜନ ପଣ୍ଡା,ଆଇଡ୍ରିମ୍ କଲେଜ ର ନିର୍ଦେଶକ ଶ୍ରୀ ଦୀପ୍ତି ରଞ୍ଜନ ବିଶ୍ଵାଳ, ସବ ଇନ୍ସପେକ୍ଟର ଶ୍ରୀ ତପନ କୁମାର ଗଡ଼ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଥିଲେ ।


ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶ୍ରୀ ଆସ୍ଵିନୀକାନ୍ତ ସାହୁ,ଶ୍ରୀ ଅନିଲ ପ୍ରଧାନ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ସଚେତନତା କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ.
ଖୁସି ଏବଂ ଗର୍ବ କଥା କି ଜେ ଏସ୍ ଏସ୍, ଅନୁଗୁଳ ର ପୂର୍ବ ପ୍ରଶିକ୍ଷାର୍ଥୀ ତଥା ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶ୍ରୀ ଆସ୍ଵିନୀକାନ୍ତ ସାହୁ ସାଇବର କ୍ରାଇମ ସଚେତନତା କାର୍ଯ୍ୟକ୍ରମ କୁ ସଞ୍ଚାଳନ କରି ବିଭିନ୍ନ ପ୍ରକାର ସାଇବର ଠକେଇ ଏବଂ ଆଜି ର ସୋସିଆଲ ମିଡିଆ ବହୁଳ ବ୍ୟବହାର ରେ ବିଭିନ୍ନ ସମସ୍ୟା ଦେଖା ଦେଇଛି କିନ୍ତୁ ଆଜି ବି ଲୋକ ଲଜ୍ଜା ର ଫାଇଦା ଉଠାଇ ସାଇବର କ୍ରାଇମ କରୁ ଥିବା ଲୋକ ବଢିବା ରେ ଲାଗିଛନ୍ତି। ସରକାର ଙ୍କ ସଂଚାର ସାଥୀ ଆପ୍ଲିକେସନ କିମ୍ବା ସାଇବର ଥାନ ମାଧ୍ୟମରେ କ୍ରାଇମ ରୋକିବା ପାଇଁ ସାଇବର ଥାନା ସବୁ ବେଳେ ପ୍ରସ୍ତୁତ ଅଛି ବୋଲି ସାଇବର ଥାନା ଅଧିକାରୀ ଶ୍ରୀ ଖଲେସ୍ୱର ସେଠୀ ନିଜର ମତାମତ ରଖି ଥିଲେ। ସଚେତନତା କାର୍ଯ୍ୟକ୍ରମ ରେ ୧୦୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଭାଗ ନେଇ ଥିବା ବେଳେ ଜେ ଏସ୍ ଏସ୍ କାର୍ଯ୍ୟକର୍ତ୍ତା ଏବଂ ଆଇଡ୍ରିମ୍ କଲେଜ ର କାର୍ଯ୍ୟକର୍ତ୍ତା ମାନେ କାର୍ଯକ୍ରମ ପରିଚାଳନା ରେ ସହଯୋଗ କରିଥିଲେ



