ହୋଇଛି ବାତ୍ୟା ୟସ ର ଲ୍ୟାଣ୍ଡଫଲ । ଧାମରାର ଉତ୍ତର ଦିଗ ଓ ବାହାନଗା ନିକଟରେ ଲ୍ୟାଣ୍ଡଫଲ ହୋଇଛି । ବାଲେଶ୍ବର ଜିଲ୍ଲାରେ ତାଣ୍ଡବ ରଚିଛି ବାତ୍ୟା । ପବନ ବେଗ ଏତେ ଅଧିକ ରହିଛି ଯେ ବଡ ଦଦ ଗଛ ସବୁ ତଳକୁ ନଇଁ ପଡୁଛି । ଅଶାନ୍ତ ସମୁଦ୍ର କୁଳ ଲଙ୍ଘିନ ସ୍ଥଳ ଭାଗ ଆଡକୁ ମାଡି ଆସିଛି । ବାଲେଶ୍ବରର ଜିଲ୍ଲାର ରେମୁଣା ଓ ବାହାନଗାରେ ବାଲିଆପାଳ , ଭୋଗରାଇ ଉଦୟପୁର ତାଳସାରୀ ଆଦି ଅଞ୍ଚଳ ରେ ବାତ୍ୟା ଯୋଗୁ ବିପାକ କ୍ଷତି ହୋଇଥିବା ଅନୁମାନ କରାଯାଉଛି । ୟସ ପ୍ରଭାବରେ ସଦର ବ୍ଳକର ବିଭିନ୍ନ ଅଞ୍ଚଳ ଏବେ ଜଳବନ୍ଦୀ ରହିଥିବା ସୂଚନା ମିଳିଛି । ସାର୍ଥା, କଷାଫଳ ଓ ଚାନ୍ଦିପୁରର ଅନେକ ଅଞ୍ଚଳ ଭିତରକୁ ଜୁଆର ମାଡି ଯାଇଥିବା ଜଣାପଡିଛି । ଜଳବନ୍ଦୀରେ ଫସି ରହିଛନ୍ତି ଅନେକ ଲୋକ । ହଜାର ହଜାର ଲୋକ ଫସି ରହିଥିବା ସୂଚନା ମିଳିଛି ।ବିଭିନ୍ନ ସ୍ଥାନରେ ବଡ ବଡ ଗଛ ପଡିରହିଛି । ବିଜୁଳି ସରବରାହ ପ୍ରଯତ ଠପ ହୋଇଯାଇଛି ।
ବାତ୍ୟା ଯୋଗୁଁ ବାଲେଶ୍ୱର ଓ ଭଦ୍ରକରେ ଅଧିକ କ୍ଷତି ହେବ ବୋଲି ଆଇଏମଡ଼ି ପକ୍ଷରୁ ପୂର୍ବାନୁମାନ କରିଥିଲା । ଲ୍ୟାଣ୍ଡଫଲ ସମୟରେ ପବନର ବେଗ ଘଣ୍ଟାପ୍ରତି ୧୩୦ରୁ ୧୪୦ କିଲୋମିଟର ରହିବା ସହ ମଝିରେ ମଝିରେ ୧୫୫ କିଲୋମିଟର ଝଟକା ମଧ୍ୟ ଆସିଛି ।ବର୍ତ୍ତମାନ ବାତ୍ୟା ବାଲେଶ୍ୱରଠାରୁ ୫୦ କିମି ଦୂରରେ ରହିଥିବା ବେଳେ ମଧ୍ୟାହ୍ନ ୧ଟା ସୁଦ୍ଧା ଏହା ଉତ୍ତର ଧାମରା ଓ ଦକ୍ଷିଣ ବାଲେଶ୍ୱର ଦେଇ ଅତିକ୍ରମ କରିବ ବୋଲି ଜଣାପଡ଼ିଛି। ହିପରି ଆଇଏମଡି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଉପକୂଳ ଜିଲ୍ଲାରେ ସନ୍ଧ୍ୟା ଯାଏଁ ପବନ ଓ ବର୍ଷା ଲାଗି ରହିପାରେ । ପରେ ଏହା କମି ୬୦-୭୦ କିମି ବେଗ ରହିବ ।