ମାଡ଼ି ଆସୁଛି ବାତ୍ୟା ‘ୟଶ୍’, ୨୫ରୁ ଉପକୂଳ ଓଡ଼ିଶାରେ ବଢ଼ିପାରେ ବର୍ଷା ।

ଭୁବନେଶ୍ୱର: ଆଗୁଆ ଆସିବ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ । ୨୧ ତାରିଖ ସୁଦ୍ଧା ଦକ୍ଷିଣ ଆଣ୍ଡାମାନ ସାଗର ଓ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଦକ୍ଷିଣପଶ୍ଚିମ ମୌସୁମୀ ଆସିପାରେ । ଅନ୍ୟପଟେ ଉତ୍ତର ଆଣ୍ଡାମାନ ସାଗର ଓ ତତସଂଲଗ୍ନ ଉତ୍ତରକେନ୍ଦ୍ରୀୟ ବଙ୍ଗୋପସାଗରରେ ୨୨ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଆଶଙ୍କା ରହିଛି । ଏହି ଲଘୁଚାପ କ୍ଷେତ୍ରଟି ଆସନ୍ତା ୨୨ ତାରିଖ ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ଓ ନିକଟବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ । ଏହା ପରବର୍ତ୍ତୀ ୭୨ ଘଣ୍ଟାରେ ପର୍ୟ଼୍ୟାୟକ୍ରମେ ଏକ ଡିପଡିପ୍ରେସନ ଓ ତାପରେ ଏକ ବାତ୍ୟା ବା ସାଇକ୍ଲୋନିକ ସର୍କୁଲେସନରେ ପରିଣତ ହେବ । ଏହା ଉତ୍ତର-ପଶ୍ଚିମ ଦିଗରେ ଗତିକରି ମେ ୨୬ ସଂନ୍ଧ୍ୟା ସୁଦ୍ଧା ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଛୁଇଁବ । ଏହି ଲଘୁଚାପ କ୍ଷେତ୍ର ଓ ସମ୍ଭାବ୍ୟ ବାତ୍ୟା ଉପରେ ନିୟମିତ ନଜର ରଖାଯ଼ାଇଛି ବୋଲି ଆଇଏମଡି ପକ୍ଷରୁ ଜାରି ବୁଲେଟିନରେ କୁହାଯ଼ାଇଛି ।

ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ୨୫ ତାରିଖ ସନ୍ଧ୍ୟାରୁ ବର୍ଷାର ପରିମାଣ ବୃଦ୍ଧି ପାଇବ । ୨୩ ତାରିଖରେ ପବନର ବେଗ ଘଣ୍ଟାପ୍ରତି ୪୫ରୁ ୫୫ କିଲୋମିଟର ରହିପାରେ । ୨୪ରୁ ୨୬ ତାରିଖ ଯାଏଁ ପବନର ବେଗ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ରହିବ । ଆଣ୍ଡାମାନ ସାଗର ଓ ତତସଂଲଗ୍ନ ବଙ୍ଗୋପସାଗର ୨୩ ତାରିଖରୁ ଅଶାନ୍ତ ରହିବ । ଫଳରେ ୨୭ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି । ଯେଉଁମାନେ ଗଭୀର ସମୁଦ୍ରକୁ ଯାଇଛନ୍ତି ୨୩ ତାରିଖ ସୁଦ୍ଧା ଫେରି ଆସିବାକୁ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ବାତ୍ୟା ସୁନ୍ଦରବନରେ ଲ୍ୟାଣ୍ଡଫଲ୍ କରିବା ନେଇ ଅନୁମାନ କରାଯାଉଛି ।

Leave a Reply

Your email address will not be published. Required fields are marked *