ଶ୍ରୀମନ୍ଦିରରେ ଦେବଦାସୀ ପରମ୍ପରା ଶେଷ । ପୂର୍ବତ୍ତନ ଦେବଦାସୀ ପରଶମଣିଙ୍କ ପରଲୋକ

ଶ୍ରୀମନ୍ଦିର ଦେବଦାସୀ ପରମ୍ପରାର ଶେଷ ସନ୍ତକ ପୂର୍ବତନ ଦେବଦାସୀ ପରଶମଣି ଶୁକ୍ରବାର ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କ ୯୪ ବର୍ଷ ହୋଇଥିଲା। ପୁରୀ ବାଲିସାହିସ୍ଥିତ ବାସଭବନରେ ପରଶମଣି ଦେହତ୍ୟାଗ କରିଛନ୍ତି। କାମାକ୍ଷା ମନ୍ଦିର ନିକଟରେ ସେ ଦୀର୍ଘଦିନ ଭଡ଼ାରେ ରହୁଥିଲେ। ପରେ ବାର୍ଦ୍ଧକ୍ୟଜନିତ ସମସ୍ୟା ଯୋଗୁ ଦେହ ଅଧିକ ଅସୁସ୍ଥ ହେବାରୁ ମାଟି‌ ତୋଟାସ୍ଥିତ ଝିଆରୀ ଘରେ ରହୁଥିଲେ। ମାହାରୀ ନୃତ୍ୟଶିଳ୍ପୀ ରୂପଶ୍ରୀ ମହାପାତ୍ର ମଧ୍ୟ ତାଙ୍କଠାରୁ ନୃତ୍ୟ ପ୍ରଶିକ୍ଷଣ ନେଇଥିଲେ। ପରଶମଣିଙ୍କ ଶେଷ ଜୀବନ କିନ୍ତୁ କଷ୍ଟରେ କଟି ଥିଲା। ସେ ବାଲିସାହିରେ ଏକ ଛୋଟ ଘରେ ୭୦୦ ଟଙ୍କା ଭଡ଼ାରେ ରହି ଆସୁଥିଲେ। ଆଜି ତାଙ୍କର ଶେଷକୃତ୍ୟ ପୁରୀ ସ୍ବର୍ଗଦ୍ବାରରେ କରାଯାଇଥିଲା।

Advertisement

ପରଶମଣି ଦେଵଦାସୀ ଏକା ଧାରରେ ଜଣେ କୁଶଳୀ ଓଡିଶୀ ନୃତ୍ୟ ଶିଳ୍ପୀ ଓ ସୁକଣ୍ଠ ଗାୟିକା ଥିଲେ। ସୁସ୍ଥ ସମୟରେ ପ୍ରତିଦିନ ଶ୍ରୀମନ୍ଦିର ମାଜଣା ମଣ୍ଡପରେ ପୁରାତନ ଓଡିଶୀ ଭଜନ ଓ ଜଣାଣ ବୋଲି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରୁଥିଲେ। ତାଙ୍କ ନିଧନରେ ଶ୍ରୀମନ୍ଦିର ସମେତ ପୁରୀରେ ଶୋକର ଛାୟା ଖେଳିଯାଇଛି।

Leave a Reply

Your email address will not be published. Required fields are marked *