ଦିଲ୍ଲୀ ରେ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ମିଳିବ ୫ହଜାର ଟଙ୍କାର ସହାୟତା।ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଙ୍କ ଘୋଷଣା

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଦିଲ୍ଲୀ ସରକାର ବଡ ଘୋଷଣା କରିଛନ୍ତି। ପଞ୍ଜିକୃତ ହୋଇଥିବା ସମସ୍ତ ନିର୍ମାଣ ଶ୍ରମିକଙ୍କୁ ୫ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି କେଜ୍ରିୱାଲ। ଏଥିରେ ୨ ଲକ୍ଷରୁ ଉର୍ଦ୍ଧ୍ବ  ନିର୍ମାଣ ଶ୍ରମିକ ଉପକୃତ ହେବେ । ଦିଲ୍ଲୀରେ ମୋଟ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କ ସଂଖ୍ୟା ୨,୧୦,୬୮୪ । ସେମାନଙ୍କ ମଧ୍ୟରୁ ୧,୦୫,୭୫୦ ଜଣ ଶ୍ରମିକଙ୍କ ଖାତାକୁ ଟଙ୍କା ପଠାଇ ଦିଆଯାଇଥିବା ବେଳେ ବାକିଥିବା ଅନ୍ୟ ସମସ୍ତ ନିର୍ମାଣ ଶ୍ରମିକଙ୍କୁ ଆଗାମୀ ଦିନରେ ଏହି ରାଶି ପ୍ରଦାନ କରାଯିବ । ଅନ୍ୟପଟେ ଶ୍ରମିକ ମାନଙ୍କ ପାଇଁ ବିଭିନ୍ନ ଜିଲ୍ଲାରେ ଥିବା ସ୍କୁଲ ମାନଙ୍କରେ ମାଗଣା ରନ୍ଧାଖାଦ୍ୟର ବ୍ୟବସ୍ଥା କରାଯାଇଛି । ଗୁରୁବାର ସୁଦ୍ଧା ଏହି ସବୁ ସ୍ଥାନରୁ ୭ ହଜାର ଖାଦ୍ୟ ପୁଡିଆ ବଣ୍ଟନ କରାଯାଇଥିବା କଥା କୁହାଯାଇଛି

Leave a Reply

Your email address will not be published. Required fields are marked *