ଦେବଗଡ ଜିଲ୍ଲାରେ ଡେଲ୍ଟା ପ୍ଲସ ଭ୍ୟାରିଆଣ୍ଟ ଚିହ୍ନଟ । ଆକ୍ରାନ୍ତଙ୍କ ଟ୍ରାଭେଲ ହଷ୍ଟ୍ରି ଉପରେ ଚାଲିଛି ଅନୁଧ୍ୟାନ ।

ଭୁବନେଶ୍ୱର: ମହାମାରୀ କାରୋନାର ୨ୟ ଲହରରେ ସଂକ୍ରମଣ ସଂଖ୍ୟା କମୁଥିବା ବେଳେ ରାଜ୍ୟରେ ଏବେ ଡେଲ୍‌ଟା ପ୍ଲସ ଭ୍ୟାରିଆଣ୍ଟ ରୋଗୀ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏହା ହେଉଛି ପ୍ରଥମ ଘଟଣା । ନ୍ୟାସନାଲ ସେଣ୍ଟର ଫର୍ ଡିଜିଜ କଣ୍ଟ୍ରୋଲର ନିର୍ଦ୍ଦେଶକ ଏନେଇ ସୂଚନା ପ୍ରଦାନ କରିଛନ୍ତି । ଏପର୍ଯ୍ୟନ୍ତ ୧୦ଟି ରାଜ୍ୟରେ ଡେଲ୍ଟା ପ୍ଲସ ରୋଗୀ ଚିହ୍ନଟ ହୋଇଥିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ମିଳିଥିବା ସୂଚନା ଅନୁସାରେ ଓଡ଼ିଶାରେ ଦେବଗଡ଼ ଜିଲ୍ଲାରେ ଜଣେ ବ୍ୟକ୍ତି ଡେଲ୍‌ଟା ପ୍ଲସ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣଙ୍କର ଯାତ୍ରା ବିବରଣୀ ଉପରେ ଅନୁଧ୍ୟାନ କରାଯାଉଛି । ସେ କେଉଁ ରାଜ୍ୟରୁ ଆସିଥିଲେ ଅବା ଓଡ଼ିଶାରେ ଥାଇ ସଂକ୍ରମିତ ହୋଇଛନ୍ତି, ସେନେଇ ଅନୁଧ୍ୟାନ ଜାରି ରହିଛି ।

ଡେଲ୍‌ଟା ପ୍ଲସ ଭାରିଆଣ୍ଟ ନେଇ ଡିଏମ୍‌ଇଟି ସିବିକେ ମହାନ୍ତି କହିଛନ୍ତି, ରୋଗୀଙ୍କ ପାଖକୁ ଯାଇ ଅନୁସନ୍ଧାନ କଲେ ଅଧିକ କଥା କହିହେବ । ଡେଲ୍‌ଟାର ଉପପ୍ରଜାତି ହେଉଛି ଡେଲ୍‌ଟା ପ୍ଲସ । ବର୍ତ୍ତମାନ କାଁ ଭାଁ ସ୍ଥାନରେ ଡେଲ୍‌ଟା ପ୍ଲସ ଭାରିଆଣ୍ଟ ଚିହ୍ନଟ ହେଉଛି ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *