ଅନୁଗୋଳରେ ପୋଲିସ ଡିଜି ଅଭୟ । ଆଇନଶ୍ରୁଙ୍ଖଳା ସହ କଲେ କୋଭିଡ ସ୍ଥିତି ସମୀକ୍ଷା ।

ଆଜି ଅପରାହ୍ନରେ ପୋଲିସ ଡିଜି ଅଭୟ  ଅନୁଗୋଳ ରେ ପହଞ୍ଚି କୋଭିଡ ସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଏହି ସମୀକ୍ଷା କରିଛନ୍ତି। ଜିଲ୍ଲାରେ ଦିନକୁ ଦିନ ସଂକ୍ରମଣ ବଢୁଥିବା ବେଳେ ସରକାର ଲଗାଇଥିବା ଲକଡାଉନ ଓ ଶଟଡାଉନ ରେ ପୋଲିସର ଯଥେଷ୍ଠ ଭୂମିକା ରହିଛି । ଯାହାର ସମୀକ୍ଷା କରିଛନ୍ତି ପୋଲିସ ଡ଼ିଜି ଅଭୟ । ବିଶେଷ କରି କରୋନା କଟକଣା ସମୟରେ ଜିଲ୍ଲା ପୋଲିସ ପକ୍ଷରୁ କିଭଳି ଏନ୍ଫୋର୍ସମେଣ୍ଟ ବ୍ୟବସ୍ଥା କରାଯାଇଛି ତାହାର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲେ।

ଏହା ସହିତ ଜିଲ୍ଲାରେ ଦେଖାଯାଇଥିବା ଆଇନ ଶ୍ରୁଙ୍ଖଳା ଓ ଅପରାଧ ରୋକିବାରେ ଜିଲ୍ଲା ପୋଲିସ କଣ ପଦକ୍ଷେପ ନେଇଛି ତାହାର ମଧ୍ୟ ସ୍ଥିତି ପଚାରି ବୁଜ୍ଝିଛନ୍ତି ଅଭୟ । ସମୀକ୍ଷା ପରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସୂଚନା ଦେଇଥିଲେ। ଜିଲ୍ଲା ପୋଲିସର ଏନ୍ଫୋର୍ସମେଣ୍ଟ ବ୍ୟବସ୍ଥାକୁ ନେଇ ସେ ସନ୍ତୋଷ ପ୍ରକାଶ କରିଥିଲେ। ଏଥିସହ କରୋନା କଟକଣାକୁ ମାନି ସମସ୍ତେ ସୁରକ୍ଷିତ ରହିବାକୁ ଜିଲାବାସୀଙ୍କ ପରାମର୍ଶ ଦେଇଥିଲେ।

ଅଭୟଙ୍କ ଗ୍ରସ୍ତ ସମୟରେ ଅଟରିକ୍ତ ଡ଼ିଜି ଲଲିତ ଦାସ, ଉତରକେନ୍ଦ୍ରାଞ୍ଚଳ ଡ଼ିଆଇଜି ସାର୍ଥକ ଷଡଙ୍ଗୀ, ଏସପି ଜଗମୋହନ ମୀନା ଉପସ୍ଥିତ ଥିଲେ। ସମୀକ୍ଷା ପରେ ଅଭୟ ପୋଲିସ ଟ୍ରେନିଂ କଲେଜ ଯାଇ ପ୍ରଶିକ୍ଷାର୍ଥୀଙ୍କ ମିଶିଥିଲେ । ଏବଂ ସେମାନଙ୍କୁ ପୋଲିସ ମାନୁଆଲ ସମ୍ପର୍କରେ ବୁଝାଇବ ସହ କାର୍ଯ୍ୟରେ ଯୋଗ ଦେଲେ କିଭଳି ନିଜର ଦାଇତ୍ଵ ସମ୍ପର୍ଣ୍ଣ କରିବେ ସେନେଇ ପରାମର୍ଶ ଦେଇଥିଲେ ।  

Leave a Reply

Your email address will not be published. Required fields are marked *