ସ୍ଵର ବ୍ୟୁରୋ: ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ । ସକାଳେ ଶୌଚ ହେବାପାଇଁ ଯାଇଥିବା ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ହାତୁରା ପଞ୍ଚାୟତପଡ଼ା ଗାଁ ରେ । ଗାଁର ଟଙ୍କଧର ଭୋଇଆଜି ସକାଳେ ନିଜ ଘର ପାଖ ଜମିକୁ ଶୌଚ ହେବାପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣ ର ଶିକାର ହୋଇ ମୃତ୍ୟୁ ବରଣ କରିଛନ୍ତି ।
ସୂଚନାନୁସାରେ ଗଲା କେତେଦିନ ହେବ ହାତୁରା ଓ ଏହାର ଆଖପାଖ ଅଞ୍ଚଳରେ ହାତୀ ଉପଦ୍ରବ ବୃଦ୍ଧି ପାଇଛି । ହାତୀ ଲୋକଙ୍କ ଧାନ ଫସଲ ସହ ଧନ ସମ୍ପତ୍ତି ନଷ୍ଠ କରୁଛନ୍ତି । ଆଜି ସକାଳେ ଟଙ୍କଧର ଭୋଇ ନିଜ ଘର ପାଖ ଜମିକୁ ଶୌଚ ପାଇଁ ଯାଇଥିବା ବେଳେ ହାତୀ ତାଙ୍କୁ ଦେଖି ଗୋଡ଼ାଇଥିଲା। ଟଙ୍କଧର ଦୌଡ଼ିବାକୁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇ ତଳେ ଖସିପଡିଥିଲେ । ଫଳରେ ହାତୀ ପଲ ଟଙ୍କଧରଙ୍କୁ ପାଦରେ ଦଳି ଶୁଣ୍ଢରେ କଚାଡି ଜୀବନ ନେଇଯାଇଥିଲେ ।