ପ୍ରଶାସନ ର ପ୍ରତିଶୃତି ପରେ ସାମାଜିକ ସୁରକ୍ଷା ମଞ୍ଚ ର ଗଣ ଧାରଣା ପ୍ରତ୍ୟାହୃତ।

ଅନୁଗୋଳ : ସାମାଜିକ ସୁରକ୍ଷା ମଞ୍ଚ, ବନ୍ତଳା ନେତୃତ୍ବରେ ହାତୀ ଉପଦ୍ରବ ବନ୍ଦ କରିବା ସହ ଅନ୍ୟାନ୍ୟ ଦାବିରେ ଦୁଇ ଦିନଧରି ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଗଣଧାରଣା ଜାରି
ରହିଥିବା ବେଳେ ଜିଲ୍ଲା ପ୍ରଶାସନର ଆହ୍ବାନକ୍ରମେ ଆଜି ଅପରାହ୍ନରେ ଅନୁଗୋଳ ଡ଼ି.ଏଫ୍.ଓ ଙ୍କ କାର୍ଯ୍ୟାଳୟରେ ଅନୁଗୋଳ ଉପ-ଜିଲ୍ଲାପାଳଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।ମଞ୍ଚର କାର୍ଯ୍ୟକାରୀ ସଭାପତି ତପନ କୁମାର ଦେହୁରୀଙ୍କ ନେତୃତ୍ବରେ କାର୍ଯ୍ୟକର୍ତ୍ତାମାନେ
ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଦୀର୍ଘ ସମୟଧରି ବିଭିନ୍ନ ଦାବି ସଂପର୍କରେ ଆଲୋଚନା କରାଯାଇଥିଲା ବନ୍ତଳା ଅଞ୍ଚଳରୁ ଯେପରି ଆଗାମୀ ଦିନରେ ହାତୀ ଆକ୍ରମଣରେ ଜଣେ ମଧ୍ୟ ମଣିଷ ମୃତ୍ୟୁବରଣ କରିବନାହିଁ । ସେଥିପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଡି.ଏଫ୍.ଓ ପ୍ରତିଶୃତି ଦେଇଥିଲେ। ଆହୁରି ମଧ୍ୟ ଫସଲ କ୍ଷତିପୂରଣ ରାଶି ବୃଦ୍ଧି କରିବା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁବରଣ କରିଥିବା ବ୍ୟକ୍ତିବିଶେଷଙ୍କ କ୍ଷତିପୂରଣ ରାଶି ତୁରନ୍ତ ପ୍ରଦାନ କରିବା ସହ ଏହାକୁ ଆଗାମୀ ଦିନରେ ବୃଦ୍ଧି କରିବାକୁ ମଧ୍ୟ ଉପରିସ୍ଥ ଅଧିକାରୀଙ୍କୁ ଲିଖିତଭାବେ ଜଣାଇବାକୁ ଜଙ୍ଗଲ ବିଭାଗ ପ୍ରତିଶୃତି ପ୍ରଦାନ କରିଛି। ଅନ୍ୟ ପକ୍ଷରେ ଅନ୍ୟାନ୍ୟ ବିଭିନ୍ନ ପଦକ୍ଷେପ ଗ୍ରହଣ କରି ସୁରକ୍ଷାକୁ ସୁନିଶ୍ଚିତ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ। ଏହି ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ସଂଜଯୋକ ଲକ୍ଷ୍ମଣ ସାହୁ,ଉପଦେଷ୍ଟା ନିରଞ୍ଜନ ଦେହୁରୀ, ଦୁର୍ଗାଚରଣ ପ୍ରଧାନ, ସାଧାରଣ ସ-ଦକ ହରେକୃଷ୍ଣ ପ୍ରଧାନ, ଧୁକୁଟା ସରପଞ୍ଚ ସତ୍ୟାନନ୍ଦ ସାହୁ, ଉପ-ସଭାପତି କମ୍ବୁପାଣି ନାଏକ, ଖିଣ୍ଡା ସରପଞ୍ଚ ସୁଶାନ୍ତ ପ୍ରଧାନ, ସଂଜୟ ଦେହୁରୀ, ଶିବରାମ ଦେହୁରୀ, ଯତୀନ୍ଦ୍ର ପ୍ରଧାନ, ହେମନ୍ତ ମହାଳିକ, ରାକେଶ ମିଶ୍ର, ସଂଜୟ ସାହୁ, ମନ୍ଦୋଦରୀ ଓ ରାଉଳ ମାନସ ପାଳ ପ୍ରମୁଖ ଉପସ୍ଥିତ ଥିଲେ ।ଶେଷରେ ମଞ୍ଚ ସଭାପତି ମହେଶ ସାହୁଙ୍କ ନିଷ୍ପତ୍ତିକ୍ରମେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ।

Leave a Reply

Your email address will not be published. Required fields are marked *