ଅନୁଗୋଳ : ବିଶ୍ୱ ଯୁବ କେନ୍ଦ୍ର ଦ୍ୱାରା ପରିଚାଳିତ ଆକ୍ସେସ ଟୁ ଜସ୍ଟିସ ପ୍ରକଳ୍ପ ମାଧ୍ୟମରେ ଅନୁଗୋଳ ବ୍ଲକ କନ୍ଫରେନ୍ସ ହଲ ଠାରେ ଶିଶୁ ଯୌନ ନିର୍ଯ୍ୟାତିତ ଓ ଅପହରଣ, ବାଲ୍ୟ ବିବାହ ଓ ଶିଶୁ ଚାଲାଣ ହୋଇଥିବା ପୀଡିତା ଓ ସେମାନଙ୍କ ଅଭିଭାବକ ମାନଙ୍କୁ ନେଇ ଏକ *ସର୍ଭାଇଭର ନେଟୱାର୍କ ବୈଠକ ଅନୁଷ୍ଠିତ ହେଇଯାଇଅଛି। କାର୍ଯ୍ୟକ୍ରମରେ ଜିଲ୍ଲାର ସମାଜ ମଙ୍ଗଳ ଅଧିକାରୀ ନିରୁପମା ପାଣି, ସହକାରୀ ଶ୍ରମ ଅଧିକାରୀ ଦେବୀପ୍ରସାଦ ମହାନ୍ତି, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଅନୁଗୋଳ ରିତାଞ୍ଜଳୀ ପ୍ରଧାନ, ଶିଶୁ ମଙ୍ଗଳ କମିଟି ର ସଦସ୍ୟ କଲ୍ୟାଣ କିଶୋର ମହାନ୍ତି ଓ ସଦସ୍ୟା ଲିପିପୁଷ୍ପା ବେହେରା, ବରିଷ୍ଟ ସମାଜ ସେଵୀ ବିରେନ ନାୟକ ଓ ବିଶ୍ୱ ଯୁବ କେନ୍ଦ୍ର ର ସହ ସମ୍ପାଦକ ଖିରେନ୍ଦ୍ର ମୋହନ ଦେହୁରୀ ଅତିଥି ବବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପିଲା ମାନଙ୍କୁ ଶିଶୁ ଅଧିକାର ବିଷୟରେ ଅବଗତ କରାଇଥିଲେ ଓ ପଠା ପଢିବା ପାଇଁ କହିଥିଲେ ଓ ବୃତ୍ତି ଗତ ତାଲିମ ନେବା ପାଇଁ ଉତ୍ସାହିତ କରାଇ ଥିଲେ ।

ଶିଶୁ ମଙ୍ଗଳ କମିଟି ର ସଦସ୍ୟ କଲ୍ୟାଣ କିଶୋର ମହାନ୍ତି ଶିଶୁ ଚାଲାଣ, ଶିଶୁ ନିର୍ଯ୍ୟାତନା ସମ୍ବନ୍ଧୀୟ ଆଇନ ଗତ ବ୍ୟବସ୍ତା ଶିଶୁ ମଙ୍ଗଳ କମିଟିର ଭୂମିକା ବିଷୟରେ ଅଭିଭାବକ ଓ ପିଲା ମାନଙ୍କୁ ଅବଗତ କରାଇଥିଲେ | ବ୍ୟକ୍ତିଗତ ଭାବେ ସବୁ ପୀଡିତା ଓ ଅବିଭାବକ ମାନଙ୍କ ସହିତ ସଂକ୍ଷେପରେ କେଶ ବିଷୟରେ ଆଲୋଚନା କରାଯାଇଥିଲା ଏବଂ ଆଇନ ଗତ ସମସ୍ୟା ବିଷୟରେ ମଧ୍ୟ ଆଲୋଚନା ହେଇଥିଲା।

ପରିଶେଷରେ ସମସ୍ତ ପୀଡିତାଙ୍କୁ ବିଶ୍ୱ ଯୁବ କେନ୍ଦ୍ର ତରଫରୁ ଏକ ଉପହାର କୀଟ ପ୍ରଦାନ କରାଯଇଥିଲା | ଯେଉଁଥିରେ ବ୍ୟାଗ, ଖାତା, ପେନ, ହ୍ୟାଣ୍ଡୱାଷ, ସାନିଟାରୀ ନାପକିନ ପ୍ରଦାନ କରାଯଇଥିଲା | ଉକ୍ତ କାର୍ଯ୍ୟକ୍ରମ ରେ 30 ଜଣ ପୀଡିତ ଶିଶୁ ଓ ତାଙ୍କ ଅଭିଭାବକ ମାନେ ଉପସ୍ଥିତ ଥିଲେ | କାର୍ଯ୍ୟକ୍ରମ ଶେଷରେ ବିଶ୍ୱ ଯୁବ କେନ୍ଦ୍ର ର ସହ ସମ୍ପାଦକ ଖିରେନ୍ଦ୍ର ମୋହନ ଦେହୁରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସଭା ସାଙ୍ଗ କରିଥିଲେ | ଏହି କାର୍ଯ୍ୟକ୍ରମ କ୍ରମକୁ ବିଶ୍ୱ ଯୁବ କେନ୍ଦ୍ରର ପ୍ରୋଗ୍ରାମ ଅଫିସର ଅଭିଷେକ ମହାପାତ୍ର, ପ୍ରକଳ୍ପ ସଂଯୋଜିକା ପୂଜା ସ୍ୱାଇଁ, ପ୍ରକଳ୍ପ ସହାୟିକା ସୋନାଲିସା ଶବର, ଲଷ୍ମୀ ବେହେରା, ପପି ଦେହୁରୀ ଓ ସୁନିତା ମାଝୀ ସହଯୋଗ କରିଥିଲେ |


