ଆଲୋକର ପର୍ବ ଦୀପାବଳି: ଏହିଦିନ ପିତୃ ପୁରୁଷମାନେ ସ୍ବର୍ଗାଲୋକ ଗମନ କରିଥାନ୍ତି

ଦୀପାବଳି ଆମ ହିନ୍ଦୁ ଧର୍ମର ଏକ ପବିତ୍ର ପର୍ବ । ପବିତ୍ର କାର୍ତ୍ତିକ ମାସର ଅମାବାସ୍ୟା ତିଥିରେ ଦୀପାବଳି ଆମେ ସମସ୍ତେ ପାଳନ କରନ୍ତି । ବିଶ୍ବାସ ରହିଛି ଏହି ଦିନ ପ୍ରଭୁ ଶ୍ରୀରାମଚନ୍ଦ୍ର, ମା’ ସୀତା ଓ ଭ୍ରାତା ଲକ୍ଷ୍ମଣ ବନବାସ ସାରି ଅଯୋଧ୍ୟା ଫେରି ଆସିଥିଲେ । ପ୍ରଭୁଙ୍କ ଆଗମନର ପଥକୁ ଆଲୋକିତ କରିବା ପାଇଁ ଅଯୋଧ୍ୟାବାସୀ ଦୀପ ପ୍ରଜ୍ଜ୍ବଳନ କରିଥିଲେ। ପୌରାଣିକ ମତାନୁସାରେ ସେହିଦିନଠାରୁ ଦୀପାବଳି ପାଳନ କରାଯାଉଛି।

Advertisement

ଆଉ ଏକ ପୌରାଣିକ କଥା ଅନୁସାରେ ଦୀପାବଳି ରାତିରେ ଶ୍ରୀବିଷ୍ଣୁଙ୍କ ସହିତ ମା’ ଲକ୍ଷ୍ମୀ ବିବାହ କରିଥିଲେ। ତେଣୁ ଦୀପାବଳିରେ ମା’ ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ। ସୁଖ ସମୃଦ୍ଧି ବୃଦ୍ଧି କରିବା ପାଇଁ ମା’ ଲକ୍ଷ୍ମୀଙ୍କ ପୂଜା କରିବା ସହିତ ବିଭିନ୍ନ ମୂଲ୍ୟବାନ ବସ୍ତୁ କ୍ରୟ କରାଯାଏ ଏବଂ ଉପହାର ମଧ୍ୟ ଦିଆଯାଏ। ଏହିଦିନ ପିତୃ ପୁରୁଷମାନେ ସ୍ବର୍ଗାଲୋକ ଗମନ କରିଥାନ୍ତି ବୋଲି ବିଶ୍ବାସ ରହିଛି। ତେଣୁ ଦୀପାବଳିରେ ପୟାଶ୍ରାଦ୍ଧ ହୋଇଥାଏ। କାଉଁରିଆ କାଠିରେ ଅଗ୍ନି ସଂଯୋଗ କରି ଆକାଶ ପଥକୁ ଦେଖାଯାଏ ଏବଂ କୁହାଯାଏ – ‘ଅନ୍ଧାରରେ ଆସି ଆଲୁଅରେ ଯାଓ।’ ଏହାକୁ ବଡ଼ବଡ଼ୁଆ ଡାକ ବୋଲି କୁହାଯାଏ। କେବଳ ହିନ୍ଦୁଧର୍ମରେ ନୁହେଁ, ବୌଦ୍ଧ, ଜୈନ ଓ ଶିଖ୍‌ ଧର୍ମରେ ମଧ୍ୟ ଦୀପାବଳି ପର୍ବ ପାଳନ ହୋଇଥାଏ।

Leave a Reply

Your email address will not be published. Required fields are marked *