ଭୁବନେଶ୍ବର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ଡ୍ରାଇଭିଂ ଲାଇସେନ୍ସ ଓ ଲର୍ଣ୍ଣିଂ ଲାଇସେନ୍ସ ଟେଷ୍ଟକୁ ବାତିଲ କରିଛି ରାଜ୍ୟ ପରିବହନ ବିଭାଗ। । ଆସନ୍ତା ୨୨ ତାରିଖରୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ବିଭିନ୍ନ ଆରଟିଓରେ ହେବାକୁ ଥିବା ଡ୍ରାଇଭିଂ ଲାଇସେନ୍ସ ଓ ଲର୍ଣ୍ଣିଂ ଲାଇସେନ୍ସ ଟେଷ୍ଟକୁ ବାତିଲ କରିଛି ବିଭାଗ । ଏ ସମ୍ପର୍କରେ ସୋସିଆଲ ମିଡ଼ିଆରେ ଲୋକଙ୍କୁ ସୂଚିତ କରିବାକୁ ପରିବହନ ବିଭାଗ ପକ୍ଷରୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଗତ ଥର କରୋନା ସଂକ୍ରମଣ ବ୍ୟାପିଥିବା ବେଳେ ସରକାରଙ୍କ ପକ୍ଷରୁ ମଧ୍ୟ ସମାନ ନିର୍ଦ୍ଦେଶ ଜାରି କରାଯାଇଥିଲା । ଡିଏଲ ଓ ଏଲଏଲ ସଂକ୍ରାନ୍ତୀୟ ସମସ୍ତ ଟେଷ୍ଟକୁ ବାତିଲ କରାଯାଇଥିଲା । ପରେ କରୋନା ସ୍ଥିତିରେ ସୁଧାର ଆସିବା ପରେ କଟକଣା ଅନୁଯାୟୀ ଅଳ୍ପ କିଛି ଲୋକଙ୍କୁ ଟେଷ୍ଟ ପାଇଁ ଅନୁମତି ମିଳିଥିଲା।