ଅନୁଗୋଳ: ବିଚାର ଧୀନ କଏଦୀ ଭାବେ ଅନୁଗୋଳ କାରାଗାର ରେ ଥିବା ଡାକ୍ତର ଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା। ଜେଲ ରେ ଥିବା ବେଳେ ହୋଇଛି ଡାକ୍ତର ଙ୍କ ମୃତ୍ୟୁ। ମୃତ ଡାକ୍ତର ହେଉଛନ୍ତି ପ୍ୟାରୀମୋହନ ମୋହନ ପ୍ରଧାନ। ଗତ ମାସ ରେ ଏକ ପୋସ୍କୋ ମାମଲା ରେ ଡାକ୍ତର ପ୍ୟାରୀମୋହନ ଙ୍କୁ ଗିରଫ କରି କୋଟ ଚାଲାଣ କରିଥିଲା ଅନୁଗୋଳ ଜିଲା ତାଳଚେର ପୋଲିସ। ନିଜ କ୍ଲିନିକ ରେ ଥିବା ବେଳେ ଡାକ୍ତର କୁଆଡେ ଜଣେ ନା ବାଳିକାଙ୍କ ସହ ଅସଦ ଆଚରଣ କରିଥିଲେ ବୋଲି ହୋଇଥିଲା ଅଭିଯୋଗ। ଘଟଣା ର ତଦନ୍ତ ନ କରି ତରବରିଆ ଭାବେ ଡାକ୍ତର ଙ୍କୁ ପୋଲିସ ଗିରଫ କରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ପୋଲିସ ର ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇବା ସହ ଏସପି ଙ୍କ ବଦଳି ଓ ଥାନା ଅଧିକାରୀଙ୍କ ବଦଳି ଦାବି କରି ଜିଲ୍ଲା ପୋଲିସ ମୁଖ୍ୟାଳୟ ଘେରାଉ କରିଥିଲେ ଲୋକେ ।

ସୂଚନାନୁସାରେ ଅନୁଗୋଳ ଜେଲ ରେ ଥିବା ବେଳେ ଗତ କାଲି ରାତିରେ ପ୍ୟାରୀମୋହନ ଙ୍କ ଦେହ ଖରାପ ହେବାରୁ ଅନୁଗୋଳ ଜେଲ ରୁ ଡାକ୍ତର ଖାନା ନିଆ ଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ପୋଲିସ ର ତଦନ୍ତ ପ୍ରକ୍ରିୟା କୁ ନେଇ ପ୍ରଶ୍ନ ଉଠାଇବା ସହ ଲୋକେ ତାଳଚେର ଥାନା ଓ ଅନୁଗୋଳ ଏସପି ଅଫିସ ଆଜି ଦିନ ତମାମ ଘେରାଉ କରିଥିଲେ ।


ମୃତ ଡାକ୍ତର ପ୍ୟାରି ମୋହନ ପ୍ରଧାନ ହେଉଛନ୍ତି ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଙ୍କ ଦାଦା । ତେଣୁ ରାଜନୈତିକ ଆକ୍ରୋଶ ରଖି ତାଙ୍କୁ ଗିରଫ କରାଯାଇଥିବା ଅଭିଯୋଗ କରିଛନ୍ତି ବିଧାୟକ ଙ୍କ ସମର୍ଥକ। ଯାହାକୁ ନେଇ ତାଳଚେର ଓ ଅନୁଗୋଳ ରେ ପୋଲିସ ବିରୁଦ୍ଧରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ସେପଟେ ମୃତ ଡାକ୍ତର ପତ୍ନୀ ଓ ପୁଅ ମଧ୍ୟ ମୃତ୍ୟୁ ପାଇଁ ପ୍ରଶାସନ କୁ ଦାୟୀ କରିଛନ୍ତି। ଜଣେ 72 ବର୍ଷୀୟ ବ୍ୟକ୍ତି ହେଉଛନ୍ତି ଡାକ୍ତର ପ୍ରଧାନ। ଅନେକ ଦିନ ଲୋକଙ୍କ ସେବାରେ ନିଜକୁ ନିୟୋଜିତ ରଖିଛନ୍ତି। କିଛି ନ ବୁଝି ନ ସୁଝି ଯେଉଁଭଳି ଭାବେ ପୋଲିସ ପଦକ୍ଷେପ ନେଇଛି ତାକୁ ନେଇ ପ୍ରଶ୍ନ ଉଠାଇ ଛନ୍ତି । ଫଳରେ ଦିନ ତମାମ ସହରରେ ଲାଗି ରହିଥିଲା ଉତ୍ତେଜନା । ବ୍ୟାପକ ପୋଲିସ ଜିଲ୍ଲା ଏସପି ଙ୍କ କାର୍ଯ୍ୟାଳୟକୁ ଘେରି ରହିଥିବା ବେଳେ ତାଳଚେର ବାସୀମଧ୍ୟ ନାୟ ଦାବି କରି ଧାରଣା ରେ ବସିଥିଲେ ।

ସନ୍ଧ୍ୟାରେ ପୋଲିସ ଓ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତି ଡାକ୍ତର ପ୍ରଧାନଙ୍କ ଶବ ବ୍ୟବତ୍ସେଦ କରାଯିବା ପରେ ମର ଶରୀର କୁ ଆଣି ଏସପି ଅଫିସ ସମ୍ମୁଖରେ ଲୋକେ ଏସପି ଜଗମୋହନ ମିନା ଙ୍କ ବିରୁଦ୍ଧରେ ନରାବାଜି କରିଥିଲେ । ଯେ ପର୍ଯ୍ୟନ୍ତ ଡାକ୍ତର ପ୍ରଧାନକୁ ନାୟ ନ ମିଳିଛି ଓ ଏସପି ଙ୍କୁ ଅନୁଗୋଳ ରୁ ବଦଳି ନ କରାଯାଇଛି ସେ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲିବ ବୋଲି ଲୋକେ ଧମକ ମଧ୍ୟ ଦେଇଛନ୍ତି ।