ବଡ଼ ବାପା ଓ ବଡ଼ ମାଙ୍କୁ ମାରି ଥାନାରେ ଆତ୍ମସମର୍ପଣ କଲା ପୁତୁରା ।

ରାଇରଙ୍ଗପୁର: ପୁତୁରାର ଶାବଳମାଡ଼ରେ ବଡ଼ ବାପା ଓ ବଡ଼ ମା’ଙ୍କର ମୃତ୍ୟୁ । ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଝରାଡ଼ିହି ଫାଣ୍ଡି ଅଞ୍ଚଳରେ । ମୃତକ ହେଲେ ଯୋଗେନ୍ଦ୍ର ହାଁସଦା ଓ ତାଙ୍କର ସ୍ତ୍ରୀ ନାନୀ ହାଁସଦା  । ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ପୁତୁରା ମାଝ ହାଁସଦା ପୁଲିସ ନିକଟରେ ଆତ୍ମ ସମର୍ପଣ କରିଛି।

ସୂଚନାନୁଯାଇ ତିରିଂ ଥାନା ଦେଉରାଡିହି ଗ୍ରାମରେ ପାରିବାରିକ କଳହକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି । ଆଜି ଯୋଗେନ୍ଦ୍ର ହାଁସଦା ଓ ସୁରାଇ ହାଁସଦାଙ୍କ ପରିବାର ମଧ୍ୟରେ ଝଗଡ଼ା ହୋଇଥିଲା। ପାଣି ପମ୍ପ ବିକ୍ରିକୁ ନେଇ ଦୁଇ ଭାଇ ଯୋଗେନ୍ଦ୍ର ଓ ସୁରାଇ ମଧ୍ୟରେ ଦୀର୍ଘଦିନରୁ ଝଗଡା ହେଉଥିଲା । ହେଲେ ଆଜି ଏହା ଭୟଙ୍କର ରୂପ ନେଇଥିଲା। ଝଗଡା ଲାଗୁଥିବା ଖବର ପାଇ ପୁତୁରା ମାଝ ହାଁସଦାଃ ଉତକ୍ଷିପ୍ତ ହୋଇ ଏକ ଶାବଳରେ ବଡ଼ ବାପା ଓ ବଡ଼ ମାଆଙ୍କୁ ମାରି ହତ୍ୟା କରିଥିଲା । ହତ୍ୟାପରେ ଥାନାରେ ଆତ୍ମସମର୍ପଣ କରିଛି । ଘଟଣାସ୍ଥଳକୁ ବାରିପଦା ସାଇନ୍‌ଟିଫିକ୍ଟ ଟିମ୍‌, ସନ୍ଧାନୀ କୁକୁର ଓ ତିରିଂ ଥାନା ପୁଲିସ ପହଂଚି ଘଟଣାର ଅଧିକ ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *