ଖରା ଦିନ ପାଇଁ ପାନୀୟ ଜଳ ବିଭାଗ କର୍ମଚାରୀଙ୍କ ଛୁଟି ବାତିଲ୍.

ଭୁବନେଶ୍ବର: ରାଜ୍ଯରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ଅନେକା ଅଞ୍ଚଳରେ ଜଳ କଷ୍ଟର ଚିତ୍ର ଦେଖିବାକୁ ମିଳୁଛି। ଏଥିପାଇଁ ପାନୀୟ ଜଳ ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି।  ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ କାର୍ଯ୍ୟରତ କର୍ମଚାରୀଙ୍କ ଛୁଟିକୁ ବାତିଲ କରି ଦିଆଯାଇଛି । ଖରା ଦିନ ପାଇଁ ଛୁଟି ବାତିଲ କରିଛି ପଂଚାୟତ ରାଜ ବିଭାଗ। ଜଳ ସଙ୍କଟ ଦୂର ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ତୁରନ୍ତ ରାଜ୍ୟରେ ବନ୍ଦ ଥିବା ଓ ଖରାପ ନଳକୂପର ମରାମତି ହେବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି .

Leave a Reply

Your email address will not be published. Required fields are marked *