ନକଲି ଔଷଧ ବିକ୍ରି, ଡ୍ରଗ୍ସ ଏନ୍ଫୋର୍ସମେଣ୍ଟ ସ୍କ୍ୱାର୍ଡର ଛଡାଉ, ଦୋକାନ ସିଲ ।

ଅନୁଗୋଳ :ଅନୁଗୋଳ ରେ ନକଲି ଔଷଧ ବିକ୍ରି କରୁଥିବା ଅଭିଯୋଗରେ ଅନୁଗୋଳ ପୁରୁଣା ବସଷ୍ଟାଣ୍ଡ ଠାରେ ଥିବା ମା ବୁଢ଼ୀ ମେଡ଼ିସିନ ଷ୍ଟୋରକୁ ସିଲ କରା ଯାଇଛି। ଏଥିସହ ଷ୍ଟୋର ମାଲିକଙ୍କ ନାମରେ ଥାନାରେ ଏତଲା ଦିଆ ଯାଇଛି। କିଛି ଦିନ ପୂର୍ବେ ଅନୁଗୋଳ ଜିଲାପାଳ ମା ବୁଢ଼ୀ ଦୋକାନରୁ (Pantop-D SR)ମେଡ଼ିସିନ ନେଇ ବ୍ୟବହାର କରିଥିଲେ।ଯାହାକୁ ଖାଇବା ପରେ ସେ ଗୁରୁତର ମଧ୍ୟ ହୋଇଥିଲେ। ସେହି ମେଡ଼ିସିନ ନକଲି ବୋଲି ଜାଣିବାକୁ ପାଇଲେ। ଫଳରେ ସେ ଏନେଇ ରାଜ୍ୟ ଡ୍ରଗସ କଣ୍ଟ୍ରୋଲ ବିଭାଗକୁ ଜଣାଇ ଥିଲେ।

Advertisement

ଏହାପରେ ରାଜ୍ୟ ଡ୍ରଗସ କଣ୍ଟ୍ରୋଲ ବିଭାଗର ଡ୍ରଗ୍ସ ଏନ୍ଫୋର୍ସମେଣ୍ଟ ସ୍କ୍ୱାର୍ଡର ସହକାରୀ ଡ୍ରଗ୍ସ କଂଟ୍ରୋଲର ଧର୍ମଦେଵ ପୁହାନ, ତୁଷାର ରଂଜନ ପାଣିଗ୍ରାହୀ, ଡ଼ିଆଇ ହରିପ୍ରିୟା ମଲ୍ଲିକ ଏବଂ ଅନୁଗୁଳ ଡ଼ିଆଇ ପ୍ରମୁଖ ଏକଜୁକୁଟିଭ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଔଷଧ ଗୁଡିକର ମାନ ଯାଞ୍ଚ କରିଥିଲେ। ବହୁ ପ୍ରକାର ଔଷଧ ନକଲି ବୋଲି ଜଣା ପଡିଥିଲା। ଫଳରେ ମେଡ଼ିସିନ ଷ୍ଟୋରକୁ ସିଲ କରିଥିଲେ। ପୋଲିସ ପହଞ୍ଚି ତନାଘନା ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *