ଅର୍ଥନୈତିକ ସ୍ଵାଧୀନତା ଦେଲେ ଦେଶ ଚଳାଇବା ର ଦକ୍ଷତା ଅଛି ! MP ମହେଶ ସାହୁ .

ଆମ କୁ ଅର୍ଥନୈତିକ ସ୍ବାଧୀନତା ଦେଲେ ଆମ ଅନୁଗୋଳ ଜିଲା ସାରା ରାଜ୍ୟ କଣ ଦେଶ ଚଳାଇ ଦେବ। ବିଜୁ ବାବୁ ଙ୍କ ଏହି କଥା କୁ ଦୋହରାଇ ଛନ୍ତି  ଢେଙ୍କାନାଳ ସାଂସଦ ମହେଶ ସାହୁ।କହିଛନ୍ତି ଅନୁଗୋଳ ଢେଙ୍କାନାଳ ଲୋକ ସେବା କ୍ଷେତ୍ର ଅଞ୍ଚଳ ରେ ଥିବା ଶିଳ୍ପ ସଂସ୍ଥା ଓ ଖଣି ଖଦାନ ରୁ ଜେତିକି ରାଜସ୍ୱ ମିଳୁଛି ସେଥରେ ରାଜ୍ୟ କଣ ଦେଶ ଚଳାଇବାରେ କୌଣସି ଅସୁବିଧା ହେବ ନାହିଁ।କେନ୍ଦ୍ରୀୟ ବଜେଟ ସମ୍ପର୍କିତ ପ୍ରଶ୍ନ ରେ ଉତର ଦେଇ ମହେଶ ଓଡ଼ିଶା ପାଇଁ କେନ୍ଦ୍ରୀୟ ବଜେଟ ନୈରାଶ୍ୟ ଜନକ ବୋଲି କହିବା ସହ ଅନୁଗୋଳ ଢେଙ୍କାନାଳ ଜିଲା ରେ ଗଢିଉଠୁଥିବା ଶିଳ୍ପ ସଂସ୍ଥା ରେ  ସ୍ଥାନୀୟ ଯୁବକ ଯୁବତୀ ଙ୍କୁ ନିଯୁକ୍ତି ଦେବା ନେଇ କମ୍ପାନୀ ଓ ସରକାର ଦୃଷ୍ଟି ଦେବାକୁ ଦାବି କରିଥିଲେ ।

Advertisement

ଯଦି ତାହା ନ ହୁଏ ଜିଲାବାସୀ ଅର୍ଥନୈତିକ ଅବରୋଧ କରିବାକୁ ପଛାଇବେ ନାହିଁ ବୋଲି  ସାଂସଦ ଦାବି ଉଠାଇଛନ୍ତି। ଆଗାମୀ ଦିନରେ ଜିନ୍ଦଲ କମ୍ପାନୀ ସମ୍ପ୍ରସାରଣ ପାଇଁ ଯୋଜନା ରଖିଛି। ସେଥୁରେ ସ୍ଥାନୀୟ ଯୁବକ ଯୁବତୀ ଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦେବା ନେଇ ମହେଶ କହିଛନ୍ତି.

Leave a Reply

Your email address will not be published. Required fields are marked *