ସୁଶାସନର ଦୁଇଟି ଗୁରୁତ୍ୱପୂର୍ଣ ସ୍ତମ୍ଭ ହେଉଛି ଶିକ୍ଷା ଓ ସ୍ୱାସ୍ଥ୍ୟ:ରାଷ୍ଟ୍ରପତି

ରାଉରକେଲା: ଶିକ୍ଷା ଓ ସ୍ବାସ୍ଥ୍ୟ ସୁଶାସନର ଦୁଇଟି ଗୁରୁତ୍ୱପୂର୍ଣ ସ୍ତମ୍ଭ। ଦୁଇଟି ସ୍ତମ୍ଭ ଆଧାରରେ ସୁଶାସନ ପ୍ରତିଷ୍ଠିତ ହୋଇଥାଏ ବୋଲି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି। ବହୁ ପ୍ରତୀକ୍ଷିତ ଇସ୍ପାତ ସ୍ନାତକୋତ୍ତର ପ୍ରତିଷ୍ଠାନ ଓ  ସୁପର ସ୍ପେଶିଆଲିଟି ହସ୍ପିଟାଲ ଲୋକାର୍ପଣ ଉତ୍ସବରେ ଯୋଗଦେଇ ରାଷ୍ଟ୍ରପତି କହିଛନ୍ତି, ରାଉରକେଲା ସହରର ନାମ, ବହୁତ ପ୍ରଭାବି କରିବା ଭଳି। ସ୍ଥାନୀୟ ‘ସାଦ୍ରୀ’ ଭାଷାରେ ‘ରାଉର’ ଅର୍ଥ ହେଉଛି ଆପଣଙ୍କର ଏବଂ ‘କେଲା’ ଅର୍ଥ ହେଉଛି ଗାଁ। ଅର୍ଥାତ୍‌ ରାଉରକେଲା ହେଉଛି ଆପଣଙ୍କର ଗାଁ। ଅତିଥିଙ୍କ ପାଇଁ ଆତ୍ମିୟତା‌ ପ୍ରଦର୍ଶନ କରିବା ନିମନ୍ତେ ଏହା ହେଉଛି ଏକ ଅଦ୍ଭୁତ ଶୈଳୀ।

ସୁପର ସ୍ପେଶିଆଲିଟି ହସ୍ପିଟାଲର ଲୋକାର୍ପଣ ପାଇଁ ଆଜି ମୁଁ ରାଉରକେଲା ଅର୍ଥାତ୍‌ ଆପଣଙ୍କ ଗାଁରେ ଉପସ୍ଥିତ ଅଛି ବୋଲି କହିଥିଲେ। ଓଡ଼ିଶାର ଖେଳାଳି ହକିରେ  ନିଜର ପ୍ରଦର୍ଶନକୁ ନୂତନ ଶିଖରକୁ ନେଇଯିବ । କରୋନା ମହାମାରୀ ଆମକୁ ଅନେକ ଗୁରୁତ୍ବପୂର୍ଣ୍ଣ ଶିକ୍ଷା ଦେଇଛି। ସମ୍ପ୍ରତି  ସାରା ବିଶ୍ବରେ ସ୍ବାସ୍ଥ୍ୟସେବାକୁ ଗୁରୁତ୍ବ ଦିଆଯାଉଛି। ଆମେ ମଧ୍ୟ ପ୍ରାଥମିକ ସ୍ବାସ୍ଥ୍ୟ ସେବାରେ ଅନେକ ନିବେଶ କରିଛୁ ବୋଲି କହିଛନ୍ତି।

କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ସୁପର ସ୍ପେଶିଆଲିଟି ହସ୍ପିଟାଲ ଓ ଇସ୍ପାତ ସ୍ନାତକୋତ୍ତର ପ୍ରତି‌ଷ୍ଠାନ ଗରିବ କଲ୍ୟାଣର ଅନ୍ୟନ୍ୟ ପ୍ରୟାସ। ଓଡ଼ିଶା ଓ କେନ୍ଦ୍ର ସରକାରଙ୍କ ମିଳିତ ସହଯୋଗରେ ଖୁବ୍‌ ଶୀଘ୍ର ସୁନ୍ଦରଗଡ଼ ଏନ୍‌ଟିପିସି ଓ ସୁପର ସ୍ପେଶିଆଲିଟି ହସ୍ପିଟାଲରେ ମେଡିକାଲ କଲେଜ ଆରମ୍ଭ ହେବ। ଏଥିରେ କହା ମନରେ ଶଙ୍କା ନ ରହୁ। ସିଏସ୍‌ଆର୍‌ ପାଣ୍ଠିରେ ଆର୍‌ଏସ୍‌ପି ସୁନ୍ଦଗଡକୁ ଜଙ୍ଗଲମୟ କରୁ ବୋଲି କହିଥିଲେ। ଉପସ୍ଥିତ ଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, ଇସ୍ପାତ ରାଜ୍ୟମନ୍ତ୍ରୀ ଫଗନ ସିଂହ କୁଲସ୍ତେ, ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, ସୁନ୍ଦରଗଡ ସାଂସଦ ଜୁଏଲ ଓରାମ। ସେଲ୍‌ ଅଧ୍ୟକ୍ଷା ସୋମା ମଣ୍ଡଳ ଧନ୍ୟବାଦ ଦେଇଥିଲେ। ଲୋକାର୍ପଣ ପରେ ରାଷ୍ଟ୍ରପତି ସୁପର ସ୍ପେଶିଆଲିଟି ହସ୍ପିଟାଲର ‘ମଡେଲ୍‌’ ସହ ବିଭିନ୍ନ ବିଭାଗ ବୁଲି ଦେଖିଥିଲେ।

Leave a Reply

Your email address will not be published. Required fields are marked *