ବୋହୁ ବାଦ ବିବାଦ ପରେ ଶେଷ ହେଲା ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ନିର୍ବାଚନ

ଅନୁଗୋଳ : ବହୁ ବାଦ ବିବାଦ ଓ କଳ୍ପନା କଳ୍ପନା ର ଅନ୍ତ ଘଟାଇ ଅନୁଗୋଳ ସଂଯୁକ୍ତ ସମବାୟ ବ୍ୟାଙ୍କ ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ସନ୍ତୋଷ କୁମାର ପ୍ରଧାନ। ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାର ଚାଷୀ ମାନଙ୍କ ପାଇଁ ଗଠନ କରାଯାଇଥିବା ସମବାୟ ବ୍ୟାଙ୍କ ର ମୁଖ୍ୟ ହୋଇଛନ୍ତି ସନ୍ତୋଷ କୁମାର ପ୍ରଧାନ।

ପୂର୍ବରୁ ହୋଇଥିବା ବିଭିନ୍ନ ସମବାୟ ସମିତି ନିର୍ବାଚନ ଶେଷ ହୋଇଥିବା ବେଳେ ସଂଯୁକ୍ତ ସମବାୟ ବ୍ୟାଙ୍କ ର ଅଧକ୍ଷ ପଦ ପାଇଁ ଆଜି ନିର୍ବାଚନ ହୋଇଥିଲା । ଉଭୟ ଜିଲ୍ଲାରୁ ୧୫ ଜଣ ଡ଼ାଇରେକ୍ଟର ନିର୍ବାଚିତ ହୋଇଥିବା ବେଳେ ଆଜି ସେମାନେ ଅଧକ୍ଷ ବାଛିଛନ୍ତି। ହୋଇଥିବା ନିର୍ବାଚନ ରେ ୧୫-୦ ରେ ବିଜୟି ହୋଇଥିଲେ ସନ୍ତୋଷ ପ୍ରଧାନ । ସନ୍ତୋଷ ଙ୍କ ବିରୁଦ୍ଧରେ ନିର୍ବାଚନ ପାଇଁ ନାମାନଙ୍କ ଭରିଥିଲେ ପ୍ରତାପ ମଲ୍ଲିକ। ତେବେ ଦଳୀୟ ନିଷ୍ପତ୍ତି ପରେ ସନ୍ତୋଷ ଙ୍କୁ ସମସ୍ତେ ଭୋଟ ଦେଇ ବିଜୟୀ କରାଇଛନ୍ତି।

ପୂର୍ବରୁ ସଂଯୁକ୍ତ କେନ୍ଦ୍ର ସମବାୟ(ଏୟୁସିସି) ବ୍ୟାଙ୍କର ସଭାପତି ନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ନାମାଙ୍କନପତ୍ର ଦାଖଲ କରି ବିଜେଡିରେ ବିଦ୍ରୋହ ଘୋଷଣା କରିଥିଲେ ଢେଙ୍କାନାଳ ବିଧାୟକ ସୁଧୀର ସାମଲଙ୍କ ଭିଣୋଇ ପ୍ରତାପ ଚନ୍ଦ୍ର ମଲ୍ଲିକ। କିନ୍ତୁ, ବିଦ୍ରୋହର ଦିନକ ପରେ ସେ ନରମିଥିଲେ । ଦଳର ବରିଷ୍ଠ ନେତାମାନେ ବୁଝାସୁଝାରେ ପ୍ରତାପ ନରମି ଥିଲେ ଓ ସେ ମଧ୍ୟ ଜିନ ଭୋର୍ଟ ସନ୍ତୋଷଙ୍କୁ ଦେଇଛନ୍ତି । ଜିତିବା ପରେ ସମସ୍ତ ନିର୍ବାଚିତ ଡାଇରେକ୍ଟର ମାନଙ୍କ ସହ ମିଶି କିଭଳି ଚାଷୀଙ୍କ ପାଇଁ କାମ କରାଯାଇ ପାରିବ ସେଦିଗରେ ପଦକ୍ଷେପ ନେବେ ବୋଲି ନବନିର୍ବାଚିତ ସଭାପତି ସନ୍ତୋଷ ପ୍ରଧାନ କହିଛନ୍ତି ।

Leave a Reply

Your email address will not be published. Required fields are marked *