ବିପଦରେ ଗଜରାଜ: କୃଷ୍ଣଚକ୍ର ଗଡ ଜଙ୍ଗଲରୁ ହାତୀ କଙ୍କାଳ ଉଦ୍ଧାର   

ଅନୁଗୋଳ: ଅନୁଗୋଳ ବନଖଣ୍ଡର ପୋକୁଣ୍ଡା ସେକ୍ସନ କୃଷ୍ଣଚକ୍ର ଗଡ଼ ଜଙ୍ଗଲରୁ ଏକ ହାତୀର କଙ୍କାଳ ଉଦ୍ଧାର। ବନ କର୍ମଚାରୀ ମାନେ ଜଙ୍ଗଲ ଭିତରେ ବୁଲୁଥିବା ବେଳେ ଏହା ଦେଖିଥିଲେ। ଖବର ପାଇ ଅନୁଗୁଳ ଡିଏଫଓ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ। ହାତୀଟି ଏକ ମାଈ ହାତୀ ଏବଂ ଏହାର ଆନୁମାନିକ ବୟସ ୨୫ ରୁ ୩୦ ବର୍ଷ ମଧ୍ୟରେ ହେବ ବୋଲି ଜଣା ପଡ଼ିଛି। ଅଧିକ ସନ୍ଧାନ ପାଇଁ ହାତୀର ନମୁନା ପରୀକ୍ଷା ପାଇଁ ପଠା ଯାଇଛି।

ତେବେ ହାତୀ ଟି ପ୍ରାୟ ଏକ ବର୍ଷରୁ ଅଧିକ ହେଲା ମୃତ୍ୟୁ ହୋଇଥିବା ଅନୁମାନ କରା ଯାଉଛି। ଘଟଣାର ଅଧିକ ତଦନ୍ତ ଚାଲିଛି। ତଦନ୍ତ ଶେଷ ହେବା ପରେ ମୃତ୍ୟୁର କାରଣ ଜଣା ପଡ଼ିବ ବୋଲି ଡିଏଫଓ ସୂଚନା ଦେଇଛନ୍ତି। ଅନ୍ୟ ପକ୍ଷରେ ସେତେବେଳର ବନାଞ୍ଚଳ ଅଧିକାରୀ ଏବଂ ଅନ୍ୟ କର୍ମଚାରୀ ମାନେ ଜାଣିଶୁଣି ଘଟଣାକୁ ଚପେଇ ଦେଇଥିଲେ ବୋଲି ସ୍ଥାନୀୟ ପରିବେଶବିତ ମାନେ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *