ଛୁଟି ପରେ ଖୋଲିବ ଅଷ୍ଟମ ଓ ଏକାଦଶ ,କୋଭିଡ ନିର୍ଦେଶାବଳୀ ପାଳନ ଉପରେ ଗୁରୁତ୍ୱ। ଗଣଶିକ୍ଷା ବିଭାଗ ଜାରି କଲା ଏସଓପି।

ଭୁବନେଶ୍ବର: ରାଜ୍ୟରେ ବିଦ୍ୟାଳୟ ଖୋଲିବାକୁ ଯାଉଥିବାରୁ ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଏସଓପି ଜାରି କରାଯାଇଛି। ଅଠର ମାସ ପରେ ରାଜ୍ୟରେ ବିଦ୍ୟାଳୟ ଖୋଲିବାକୁ ଯାଉଛି। ଅଠର ମାସର ପାଠପଢ଼ା କ୍ଷତିର ଭରଣା କରାଯିବ। ପ୍ରତିଦିନ ଘଣ୍ଟାଏ ଲେଖାଏଁ ଷଷ୍ଠ ଏବଂ ସପ୍ତମ ଶ୍ରେଣୀର ରିମେଡିଆଲ କ୍ଲାସ କରାଯିବ। ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯିବ ନାହିଁ। ସକାଳ ୯ଟା ରୁ ଆସି ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ସୁଦ୍ଧା ସୁଦ୍ଧା ଘରକୁ ଯିବେ। ପଞ୍ଚାୟତରାଜ ବିଭାଗ ସଚିବ ଏବଂ ଗଣଶିକ୍ଷା ବିଭାଗ ସଚିବ ମିଳିତ ଭାବେ ଅଷ୍ଟମ ଓ ଏକାଦଶ ଖୋଲିବା ପ୍ରସ୍ତୁତି ନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଦେଇଛନ୍ତି।
ବିଦ୍ୟାଳୟ ଖୋଲିବା ପୂର୍ବରୁ ଏସ ଏମ ସି ଓ ବିଦ୍ୟାଳୟ କର୍ତ୍ତୃପକ୍ଷ ମଧ୍ୟରେ ବୈଠକ ଡକାଯିବ। ପଞ୍ଚାୟତରାଜ ବିଭାଗର ତୃଣମୂଳ ସଦସ୍ୟମାନଙ୍କ ସହ ମିଶି ସ୍କୁଲର ଭିତ୍ତିଭୂମିକୁ ସଜାଡ଼ିବା, ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଏସଓପିକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦେଶ ଦିଆଯାଇଛି। ଏହାଛଡ଼ା ସ୍କୁଲ ସଫେଇ ଓ କୋଭିଡ ନିର୍ଦେଶାବଳୀ ପାଳନ ଉପରେ ଗୁରୁତ୍ୱ ଦିଆଯିବ। ଡିଇଓ, ଡିପିସି ଏବଂ ବିଇଓ ନିୟମ ପାଳନ ନେଇ ତଦାରଖ କରିବେ ଏବଂ ଓସେପାକୁ ରିପୋର୍ଟ ଦେବେ ବୋଲି ଏଥିରେ କୁହାଯାଇଛି।

Advertisement

Leave a Reply

Your email address will not be published. Required fields are marked *