ଅନୁଗୋଳ ମେଡିକାଲ ରେ ଲୁଚାଇ ଥିବା ମେଡ଼ିସିନ ଅନ୍ୟତ୍ର ସ୍ଥାନାନ୍ତରଣ ବେଳେ ପଡିଲା ଧରା ।

ଅନୁଗୋଳ ଜିଲ୍ଲା ସରକାରୀ ମୁଖ୍ୟ ଚକିତ୍ସାଳୟରେ ଥିବା ଏକ ପରିତ୍ୟକ୍ତ ଘରୁ ବାହାରିଲା କୁଢ଼ କୁଢ଼ ଔଷଧ। ଘରଟି ଦୀର୍ଘ ଦିନ ହେଲା ଅବ୍ୟବହୃତ ହୋଇ ରହିଥିଲା। ଗତ କାଲି ସେହି ଘର ଭଙ୍ଗା ଯାଉଥିବା ସମୟରେ ଭିତରେ ବିଭିନ୍ନ କିସମର ବହୁ ପରିମାଣର ଔଷଧ ଗଛିତ ଥିବା ଦେଖିବାକୁ ମିଳିଥିଲା। କର୍ତ୍ତୃପକ୍ଷ ବିଳମ୍ବିତ ରାତିରେ ତରବରିଆ ଭାବେ ଟ୍ରକ ଯୋଗେ ଔଷଧ ଗୁଡିକୁ ଅନ୍ୟତ୍ର ନେଇ ଯାଇଥିବା ଦେଖଗିବାକୁ ମିଳିଥିଲା।

ଗତକାଲି ସନ୍ଧ୍ୟାରେ ଅଣୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଏକ ପରିତ୍ୟକ୍ତ ଘର ଭଙ୍ଗା ଯାଉଥିବା ବେଳେ ଏହି ଘରୁ ବିପୁଳ ପରିମାଣ ର ଅବଧି ଶେଷ ଥିବା ଔଷଧ ମିଳିଥିଲା ।  ଏହା ଜଣା ପଡିବା ପରେ ଡାକ୍ତରଖାନା କର୍ତ୍ତୃପକ୍ଷ ତରବରିଆ ଭାବେ ଗାଡି ଯୋଗେ ସେହି ଔଷଧ ଗୁଡିକୁ ଅନ୍ୟତ୍ର ନେଇଯିବାକୁ ଉଦ୍ୟମ କରିଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରି ନାହିଁ। ଫଳରେ ସେଠାରେ ପଡି ରହିଛି କୁଢ଼ କୁଢ଼ ଔଷଧ। ନଷ୍ଟ ହୋଇଥିବା ଔଷଧ ମଧ୍ୟରେ ଫଳିକ ଏସିଡ, ଆଇରନ, କ୍ୟାଲସିୟମ ବଟିକା, ପ୍ରାନଟ ପାଯୋଲ ଇଞ୍ଜେକ୍ସନ, ବେଟାଡିନ ଲୋସନ, ବିଭିନ୍ନ ପ୍ରକାର ଭିଟାମିନ ବଟିକା ଓ  ଗର୍ଭ ପରୀକ୍ଷା କୀଟ ସମେତ ବହୁ କିସମର ଔଷଧ ରହିଛି। ନଷ୍ଟ ହୋଇଥିବା ଔଷଧ ଲକ୍ଷାଧିକ ଟଙ୍କାର ହେବ ବୋଲି ଅନୁମାନ କରା ଯାଉଛି। ତେବେ କିଏ କାହିଁକି ସେହି ଘର ଭିତରେ ଏତେ ପରିମାଣର ଔଷଧ ଗଛିତ ରଖିଥିଲା ତାହା କେହି ଜାଣି ପାରୁ ନାହାନ୍ତି। ଡ଼ାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ପଚାରିଲେ କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ପାରୁ ନାହାନ୍ତି।

ସରକାର ରୋଗି ମାନଙ୍କୁ ମାଗଣା ଔଷଧ ଯୋଗାଇ ଦେବାପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ପ୍ରତ୍ୟକ ସରକାରୀ ଡାକ୍ତରଖାନାରେ ବିପୁଳ ପରିମାଣର ଔଷଧ ମହଜୁଦ ରଖିବାକୁ କଡା ତାଗିଦ କରୁଛନ୍ତି। ଲୋକଙ୍କ ହିତ ପାଇଁ ସରକାରୀ ଡାକ୍ତରଖାନା ଗୁଡିକରେ ବିପୁଳ ପରିମାଣର ଔଷଧ ରଖା ଯାଉଛି। କିନ୍ତୁ ଅନୁଗୁଳ ସରକାରୀ ମୁଖ୍ୟ ଡାକ୍ତରଖାନାରେ ଦେଖିବାକୁ ମିଳିଛି ଏଭଳି ବିଚିତ୍ର ଘଟଣା। ଏଠାକୁ ଆସୁଥିବା ରୋଗୀଙ୍କୁ ଠିକ ଭାବରେ ଔଷଧ ମିଳୁନି। ଗାଁ ଗହଳରୁ ଆସୁଥିବା ଅନେକ ରୋଗୀ ଏଠାରୁ ଔଷଧ ନପାଇ ବାହାରୁ କିଣୁଛନ୍ତି। କିନ୍ତୁ ଏଠାରେ ନଷ୍ଟ ହେଉଛି ବହୁ ପରିମାଣର ନାମୀ ଓ ଦାମୀ ଔଷଧ। ଏହି ଘଟଣା ଏବେ ଅନୁଗୁଳରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ବୁଦ୍ଧିଜୀବୀ ମାନେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ବେପରୁଆ ଏବଂ ଦାୟିତ୍ବହୀନତାକୁ ଦାୟୀ କରିଛନ୍ତି। ପ୍ରକୃତରେ ଔଷଧ ନିଗମ ତରଫରୁ ଦିଆ ଯାଇଥିବା ଔଷଧ ଯଦି ଏକ୍ସପାରି ଡେଟ ଚାଲିଯାଏ କିମ୍ବା ଔଷଧ ବ୍ୟବହାର ହୋଇ ନପାରି ମହଜୁଦ ରହିଯାଏ ତେବେ ଏକ କମିଟି ଗଠନ କରି ସେଭଳି ଔଷଧର ତାଲିକା ପ୍ରସ୍ତୁତ କରି ପୁଣି ଥରେ ଔଷଧ ନିଗମକୁ ଫେରାଇବା କଥା। କିନ୍ତୁ ଅନୁଗୁଳ ଡାକ୍ତରଖାନାରେ ସେଭଳି କରା ଯାଇ ନାହିଁ। ତେବେ ଘଟଣାକୁ ଗୁରୁତର ସହ ନିଆ ଯାଇଛି। ଏହାର ତଦନ୍ତ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

ରୋଗୀଙ୍କ ଜୀବନ ରକ୍ଷକ କୁହା ଯାଉଥିବା ବିଭିନ୍ନ କିସମର ଔଷଧ ଯେଉଭଳି ଭାବେ ରୋଗୀଙ୍କୁ ନଦେଇ ମହଜୁଦ ରଖା ଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ସେଗୁଡିକ ନଷ୍ଟ କରା ଯାଇଛି ତାହାର ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ଅନୁଗୁଳର ବିଭିନ୍ନ ରାଜନୈତିକ ଦଳ ଓ ଜଣ ସାଧାରଣ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *