ଅନୁଗୋଳ ସହର ରେ ଖୋଲିଲା କଟକ ଜିଲ୍ଲା ସାଲେପୁରର ପ୍ରସିଦ୍ଧ ବିକଳାନନ୍ଦ କର ଙ୍କ ରସଗୋଲା । ଆସନ୍ତା ସାଧାରଣ ତନ୍ତ୍ର ଦିବସ ଅବସରରେ ଏହି ବ୍ରାଣ୍ଡ ରସଗୋଲା ର ଆଉଟଲେ ର ଶୁଭ ଉଦ୍ଘାଟନ ହେବ। ରାଜ୍ୟ ନଗର ଉର୍ଣ୍ଣୟନ, ପଞ୍ଚାୟତରାଜ ଓ ଆଇନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତପ ଜେନା ଏହି ଆଉଟ ଲେଟ ର ଉଦ୍ଘାଟନ କରିବେ। ଏହି ଉତ୍ସବ ରେ ବିଧାନସଭା ଉପ ବାଚସ୍ପତି ରଜନୀକାନ୍ତ ସିଂ ମଧ୍ୟ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି।

ଅନୁଗୋଳ ସହର ପିଟିସି ଛକରେ ଥୁବା ସିଂ ମାର୍କେଟ କମ୍ପ୍ଲେକ୍ସ ରେ ଏହି ଆଉ ଲେଟ ଖୋଲା ଯାଇଛି ।ସାଲେପୁର ର ପ୍ରସିଦ୍ଧ ବିକଳାନନ୍ଦ କର ଙ୍କ ରସଗୋଲା ସହ ବିଭିନ୍ନ କିସମର ମିଠା , ସାଙ୍ଗକୁ ଅନ୍ୟନ୍ୟ ସ୍ନାକସ ଆଇଟମ ମଧ୍ୟ ଏହି ଆଉଟ ଲେଟ ରେ ଉପଲବ୍ଧ ରହିଛି। ଏହା ସହ ଏହି ଆଉଟଲେଟରେ ରେଷ୍ଟୁରାଣ୍ଟ ବ୍ୟବସ୍ଥା ମଧ୍ୟ ରହିଛି ।