ଭଦ୍ରକ- ଖଡଗପୁର ମେମୁ ଟ୍ରେନରେ ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ସ୍ଵର ବ୍ୟୁରୋ: ମେମୁ ଟ୍ରେନରେ ଲାଗିଲା ନିଆଁ । ଭଦ୍ରକ-ଖଡ଼ଗପୁର ମେମୁ ପାସେଞ୍ଜର ଟ୍ରେନରେ ନିଆଁ । ବାଲେଶ୍ବର ଜିଲ୍ଲା ସୋର ବାହାନଗା ଷ୍ଟେସନ ନିକଟରେ ଟ୍ରେନର ପଛ ବଗିରେ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଲେ ଶତାଧିକ ଯାତ୍ରୀ । ଟ୍ରେନର ଦୁଇଟି ବଗିରେ ନିଆଁ ଲାଗିଥିବା ସୂଚନା । ବହାନଗା ଷ୍ଟେସନରେ ଟ୍ରେନ ପହଁଚିବା ମାତ୍ରେ ନିଆଁ ଦେଖି ପାଇଲଟ ତୁରନ୍ତ ଏମର୍ଜେନ୍ସି ବ୍ରେକ ଦେଇଥିଲେ । ସଂଗେ ସଂଗେ ବହାନାଗା ଷ୍ଟେସନର କର୍ମଚାରୀ ନିଆଁ ଲିଭା ଗ୍ୟାସ ଦ୍ୱାରା ନିଆଁକୁ ଆୟତ୍ତ କରିଥିଲେ। ବାହାନଗା ରେଳ ଷ୍ଟେସନ ନିକଟରେ ଅଟକିଛି ଟ୍ରେନ ।

ସୂଚନା ମୁତାବକ ଭଦ୍ରକ ଷ୍ଟେସନରୁ ଟ୍ରେନ୍‌ଟି ଛାଡ଼ିବା ପରଠାରୁ ବାରମ୍ବାର ବ୍ରେକ ଦେବାରୁ ଟ୍ରେନ ଅଟକି ଅଟକି ଚାଲୁଥିଲା। ତେବେ ବାହାନଗା ଷ୍ଟେସନ ପହଞ୍ଚିବା ଠିକ ପୂର୍ବରୁ ଶେଷ ବଗିରେ ଜୋର୍ ଧୂଆଁ ବାହାରିଥିଲା ଓ ଯାତ୍ରୀମାନେ ଚିତ୍କାର କରିବାକୁ ଟ୍ରେନ୍‌ର ପାଇଲଟ ଜରୁରୀକାଳୀନ ବ୍ରେକ ଦେବାରୁ ଯାତ୍ରୀମାନେ ଭୟଭୀତ ହୋଇ ଟ୍ରେନ୍‌ରୁ ଡେଇଁ ପଡ଼ିଥିଲେ। ସଙ୍ଗେ ସଙ୍ଗେ ନିଆଁ ଲିଭାଯାଇଥିଲା। ରେଳ କର୍ମଚାରୀ ଗ୍ୟାସରେ ନିଆଁକୁ ଆୟତ କରିଥିଲେ। କୌଣସି ଯାତ୍ରୀଙ୍କ କ୍ଷତି ହୋଇ ନ ଥିବା ଜଣାପଡ଼ିଛି ଓ ଟ୍ରେନର ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ରହିଥିବାରୁ ଏବେ ମଧ୍ୟ ଟ୍ରେନ୍‌ଟି ଷ୍ଟେସନରେ ଅଟକି ରହିଛି। ଟ୍ରେନ୍‌ ଚକ ଘଷି ହୋଇ ସେଥିରୁ ନିଆଁ ବାହାରି ବ୍ରେକ୍‌ରେ ନିଆଁ ଲାଗି ଯାଇଥିଲା ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *