ହୀରାକୁଦରୁ ୪୦ଟି ଗେଟ ଖୋଲାଯାଇ ଜଳ ନିଷ୍କାସନ କରାଯାଉଛି। ଏପଟେ କଟକ ଜିଲ୍ଲା ମୁଣ୍ଡଳିଠାରେ ମହାନଦୀ ବିପଦ ସଙ୍କେତ ଟପିଛି। ବର୍ତ୍ତମାନ ମୁଣ୍ଡୁଳିରେ ୧୨ ଲକ୍ଷ ୧ହଜାର ୪୨୬ କ୍ୟୁସେକ ଜଳ ପ୍ରବାହିତ ହେଉଛି। ମୁଣ୍ଡଳିରେ ବିପଦ ସଙ୍କେତ ୯୭.୨୫ଫୁଟ ରହିଥିବାବେଳେ ଜଳସ୍ତର ୯୭.୮୦ ଫୁଟ ରହିଥିବା ସୂଚନା ମିଳିଛି। ଫଳରେ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି।
ମୁଣ୍ଡଳିଠାରେ ୧୨ ଲକ୍ଷ କ୍ୟୁସେକ ଜଳ ପ୍ରବାହ ଯୋଗୁଁ ବଡ଼ ବନ୍ୟା ହୋଇଥାଏ। ବନ୍ୟାପାଇଁ ସତର୍କ ରହିବାକୁ ଏସଆରସି ପରାମର୍ଶ ଦେଇଛନ୍ତି। ବନ୍ୟା ପରିସ୍ଥିତିର ମୁକାବିଲା ଲାଗି ଏସଆରସି ନିର୍ବାଚିତ ପ୍ରତିନିଧିମାନଙ୍କ ସହଯୋଗ ଲୋଡ଼ିଛନ୍ତି। ପରିସ୍ଥିତିକୁ ଦେଖି ବିଭିନ୍ନ ସ୍ଥାନକୁ ଓଡ୍ରାଫ୍ ଟିମ୍ ପଠାଯାଇଥିବା ଏସ୍ଆରସି କହିଛନ୍ତି।