ଦେଶରେ ବଢ଼ିବାରେ ଲାଗିଛି ଥଣ୍ଡା-କାଶ-ଜ୍ବର; କୋଭିଡ୍‌ ଭାବି ଭୟରେ ଲୋକେ; ଆଡଭାଇଜରୀ ଜାରିକଲେ କେନ୍ଦ୍ର ସରକାର।

ନୂଆଦିଲ୍ଲୀ : ଦେଶର ବହୁ ପ୍ରାନ୍ତରେ ଗତ କିଛି ମାସ ହେବ ଥଣ୍ଡା, କାଶ ବୃଦ୍ଧି ପାଇଛି। ଦୁଇ ବର୍ଷ ଧରି ଦେଶ କରୋନା ଭାଇରସ୍‌ ସହ ଲଢ଼େଇ କରିବା ପରେ ଏବେ ଥଣ୍ଡା, କାଶ ଲୋକଙ୍କ ଚିନ୍ତା ବଢ଼ାଉଛି। ପୁଣି ଥରେ କରୋନା ଫେରିଲା କି ବୋଲି ଚିନ୍ତା କରି ଲୋକେ ଭୟଭୀତ ହେଉଛନ୍ତି। ଲୋକମାନଙ୍କ ମଧ୍ୟରେ ଏପରି ଭୟ ମାଡିଚାଲିଥିବା ବେଳେ ଆଜି କେନ୍ଦ୍ର ସରକାର ସର୍ତକ ସୂଚନା ଜାରି କରିଛନ୍ତି ।

ଆଇସିଏମଆର ଆଡଭାଇଜରୀ ଜାରି କରି କହିଛି ଯେ ଦେଶରେ ଜର ଓ ଫ୍ଲୁ ମାମଲା ବଢୁଛି । ଇନଫ୍ଲୁଏଞ୍ଜା ଏ ସବଟାଇପ ଏଚଥ୍ରୀଏନଟୁ ଭାଇରସ ଯୋଗୁଁ ଏଭଳି ଘଟଣା ଘଟୁଛି । କିଛି କ୍ଷେତ୍ରରେ ସଂକ୍ରମିତ ଲୋକଙ୍କୁ ଡାକ୍ତରଖାନାରେ ଭର୍ତି କରିବାକୁ ପଡୁଛି । କିଛି ଲୋକ ସୁସ୍ଥ ହେବା ପରେ ମଧ୍ୟ ସେମାନଙ୍କ ନିକଟରେ ଲକ୍ଷଣ ପ୍ରକାଶ ପାଉଛି । ଆଇସିଏମଆର କହିଛି ଯଦିଓ ଏହି ଭାଇରସ ଘାତକ ନୁହେଁ ତଥାପି ସର୍ତକ ରହିବା ଜରୁରୀ । ଅନ୍ୟପକ୍ଷରେ ଇଣ୍ଡିଆନ୍‌ ମେଡିକାଲ୍‌ ଆସୋସିଏସନ୍‌ (ଆଇଏମ୍‌ଏ) ପକ୍ଷରୁ ଥଣ୍ଡା, ଜ୍ବର ଓ କାଶ ପାଇଁ ଆଖିବୁଜି ଆଣ୍ଟିବାୟୋଟିକ୍‌ ସେବନକୁ ବାରଣ କରାଯାଇଛି। ଏଥିପାଇଁ ଡାକ୍ତରଙ୍କ ପରାମର୍ଶ ଏକଦମ୍ ଜରୁରୀ ବୋଲି କହାଯାଇଛି।

ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ ହେଲେ ଡାକ୍ତରଖାନାରେ ଭର୍ତି ହେବା ଆବଶ୍ୟକ । ହାତକୁ ଭଲଭାବରେ ସଫା କରିବା, ମାସ୍କ ପିନ୍ଧି ଗହଳି ସ୍ଥାନକୁ ଯିବା, କାଶ ଛିଙ୍କ ବେଳେ ମୁହଁ ଘୋଡାଇ ରଖିବା, ପ୍ରଚୁର ପରିମାଣରେ ପାଣି ପିଇବା, ଆଖି ନାକକୁ ଛୁଇଁବାନି, ହାତ ମିଳାଇବାକୁ ବାରଣ କରାଯାଇଛି । ଗତ ଦୁଇମାସ ହେବ ଲୋକଙ୍କ ନିକଟରେ ଏଭଳି ଲକ୍ଷଣ ପ୍ରକାଶ ପାଉଛି । ଯଦିଓ କରୋନା ମହାମାରୀ ସଙ୍କଟ କମ ହୋଇଛି ତଥାପି ଲଗାତାର ଶରୀରରେ ଥଣ୍ଡା, ଜର କାଶ ରହୁଥିବା ଯୋଗୁଁ ଲୋକମାନେ ଭୟଭୀତ ରହୁଛନ୍ତି ।

Leave a Reply

Your email address will not be published. Required fields are marked *