ଠିକଣା ପଚାରିବା ବାହାନାରେ ଯୁବକଙ୍କୁ ଅପହରଣ କରି ଗଣଦୁଷ୍କର୍ମ କଲେ ୪ ଯୁବତୀ

ସ୍ଵର ବ୍ୟୁରୋ: ମହିଳାମାନେ ଅପହରଣ ଓ ବଳାତ୍କାରର ଶିକାର ହେବା କଥା ନୂଆ ନୁହେଁ। ମାତ୍ର ଜଳନ୍ଧରରେ ଏକ ବିପରୀତ ଘଟଣା ଚର୍ଚ୍ଚିତ ହୋଇଛି। ଜଣେ ଯୁବକଙ୍କୁ ୪ ଜଣ ମହିଳା ଅପହରଣ କରି, ଆଖିରେ ରାସାୟନିକ ସ୍ପ୍ରେ କରି ଏବଂ ନିଶା ଖୁଆଇ ଏକ ଜଙ୍ଗଲକୁ ନେଇ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ପରେ ସେମାନେ ବିଳମ୍ବିତ ରାତିରେ ଉକ୍ତ ଯୁବକକୁ ଏକ ନିକାଞ୍ଚନ ସ୍ଥାନରେ ଫୋପାଡ଼ି ଦେଇ ଚାଲିଯାଇଥିଲେ।

ସୂଚନା ଅନୁସାରେ, ପୁରୁଷ ଜଣଙ୍କ ଗୋଟିଏ ଚମଡା କାରଖାନାରେ କାମ କରନ୍ତି । କାରଖାନାରୁ କାମ ସାରି ସନ୍ଧ୍ୟା ସମୟରେ ଯୁବକ ଜଣକ ଘରକୁ ଫେରୁଥିବାବେଳେ ବାଟରେ ହଠାତ୍ ଚାରି ଜଣ ଝିଅ ତାଙ୍କ ଗାଡିକୁ ଅଟକାଇଥିଲେ । କାଗଜରେ ଲେଖାଥିବା ଠିକଣା ଦେଖାଇ ତାଙ୍କୁ ଅଟକାଇଥିଲେ । ହଠାତ୍ ଆଖିରେ ରସାୟନିକ ପଦାର୍ଥ ସ୍ପ୍ରେ କରି ତାଙ୍କୁ ଟାଣି ନେଇ ଯାଇଥିଲେ । ଫଳରେ ଘଟଣାସ୍ଥଳରେ ସେ ମୁର୍ଚ୍ଛା ହୋଇଯାଇଥିଲା । ଏହାପରେ ଯୁବତୀମାନେ ତାଙ୍କୁ କାର୍‌ରେ ଅପହରଣ କରିଥିଲେ । ଜଙ୍ଗଲ ଭିତରକୁ ନେଇ ଏକ ନିଛାଟିଆ ସ୍ଥାନରେ ତାଙ୍କୁ ବାନ୍ଧି ଯୁବତୀମାନେ ଦୁଷ୍କର୍ମ କରିଥିଲେ । ଏପିରିକି ଜଣଙ୍କ ପରେ ଜଣେ ଯୁବତୀ ତାଙ୍କ ସହ ଯୌନ ସଂପର୍କ ରଖିଥିଲେ । ଏହି ସମୟରେ ତାଙ୍କୁ ଜୋର ଜବରଦସ୍ତ ମଦ ପିଇବାକୁ ମଧ୍ୟ ବାଧ୍ୟ କରିଥିଲେ । ପରେ ଯୁବକକଙ୍କୁ ଏକ ନିଛାଟିଆ ସ୍ଥାନରେ ଫିଙ୍ଗି ଚାଲିଯାଥିଲେ ୪ ଯୁବତୀ । ଅପହରଣକାରୀ ଯୁବତୀ ମାନେ ଉଚ୍ଚ ଶିକ୍ଷିତା ଏବଂ ସମ୍ଭ୍ରାନ୍ତ ପରିବାରର ବୋଲି ଯୁବକ ଜଣକ କହିଛନ୍ତି । ସହରରେ ହୋଇଥିବା ଏଭଳି ଅଜବ ଘଟଣାକୁ ନେଇ ଲୋକେ ଆଶ୍ଚର୍ଯ୍ୟ ଅଛନ୍ତି।

ସମ୍ପୃକ୍ତ ଯୁବକ ଜଣକ ଏ କଥା ଥାନାରେ ନ ଜଣାଇ ସ୍ଥାନୀୟ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ତାଙ୍କ ସ୍ତ୍ରୀ କୁଆଡ଼େ ଥାନାରେ ଅଭିଯୋଗ କରିବାକୁ ମନା କରିଛନ୍ତି।

Leave a Reply

Your email address will not be published. Required fields are marked *