ପ୍ରଧାନ ମନ୍ତ୍ରୀଙ୍କ ବଡ ଘୋଷଣା, ଦେଶରେ ୧୮ ବର୍ଷରୁ ଉର୍ଦ୍ଧ ସମସ୍ତଙ୍କୁ ମିଳିବ ମାଗଣା ଟୀକା ଓ ଦୀପାବଳି ଯାଏଁ ମାଗଣା ରାସନ ।

ନୂଆଦିଲ୍ଲୀ: ମାଗଣା ଟିକା ସହ ମାଗଣା ରାସନ ଦେବାକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି | ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ମାଗଣାରେ ଟିକା ଯୋଗାଇଦେବା ସହ ଜୁନ ୨୧ ତାରିଖ ସୋମବାରଠାରୁ ସମସ୍ତଙ୍କୁ ଏହି ଟିକା ଦିଆଯିବ ବୋଲି ମୋଦୀ ଘୋଷଣା କରିଛନ୍ତି | ସମସ୍ତ ରାଜ୍ୟ ସରକାରଙ୍କୁ ମାଗଣାରେ ଟିକା କେନ୍ଦ୍ର ଯୋଗାଇବ | ଟିକା ପାଇଁ କୌଣସି ରାଜ୍ୟ ସରକାରଙ୍କୁ କିଛି ବି ଟଙ୍କା ଖର୍ଚ୍ଚ କରିବାକୁ ପଡିବ ନାହିଁ | ଉତ୍ପାଦିତ ଟୀକାର ୭୫ ପ୍ରତିଶତ ରାଜ୍ୟମାନଙ୍କୁ କେନ୍ଦ୍ର ଯୋଗାଇବ |

ଯେଉଁ ଲୋକମାନେ ଚାହିଁବେ ଟଙ୍କା ଦେଇ ଟିକା ନେଇପାରିବେ | ଟଙ୍କା ଦେଇ ଘରୋଇ ହସପିଟାଲରୁ ଲୋକ ଟିକା ନେଇପାରିବେ | ଘରୋଇ ହସ୍ପିଟାଲ ସର୍ବାଧିକ ୧୫୦ ଟଙ୍କା ହିଁ ସର୍ଭିସ ଚାର୍ଜ ନେଇପାରିବେ | ଘରୋଇ ହସ୍ପିଟାଲର ଟିକାକରଣ ଉପରେ ରାଜ୍ୟ ନଜର ରଖିବ | ମୋଦୀ କହିଛନ୍ତି ଯେ ପୂର୍ବରୁ କେନ୍ଦ୍ର ଦେଉଥିବା ଟୀକାର ୨୫ ପ୍ରତିଶତ ରାଜ୍ୟ ନିଜ ଆବଶ୍ୟକତା ଅନୁସାରେ ଟିକାକରଣ କରୁଥିଲା | ଏବେ କେନ୍ଦ୍ର ସବୁ ଟିକାର ଦାୟିତ୍ୱ ନେଲା | ଏହା ସହ ମୋଦୀ କହିଛନ୍ତି ଯେ ୨ୟ ଲହରରେ ଆମେ ଆମର ସମ୍ପର୍କୀୟଙ୍କୁ ହରାଇଛୁ | ଯେଉଁମାନେ ନିଜ ପରିବାର ପ୍ରିୟଜନଙ୍କୁ ହରାଇଛନ୍ତି ମୁଁ ସେମାନଙ୍କ ସହ ଅଛି | ବିଗତ ଶହେ ବର୍ଷରେ ଏହା ସବୁଠାରୁ ବଡ ମହାମାରୀ |

ଏବଂ ଏହି ମହାମାରୀ ସମୟରେ ଲକ ଡାଉନ ଓ ଶଟଡାଉନ ପାଇଁ ଅନେକ ଲୋକଙ୍କ ଜୀବିକା ବିପନ୍ନ ହୋଇଥିବାରୁ ମାଗଣା ରାସନ ଦେବାକୁ ମୋଦୀ ଆଜି ଘୋଷଣା କରିଛନ୍ତି | ନଭେମ୍ବର ଯାଏଁ ଦେଶର ୮୦ କୋଟି ଲୋକଙ୍କୁ ମାଗଣା ରାସନ ଦେବାକୁ ମୋଦୀ ଘୋଷଣା କରିଥିବାବେଳେ ପିଏମ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଏହି ରାସନ ଦିଆଯିବ | ମୋଦୀ କହିଛନ୍ତି ଯେ ଦୀପାବଳି ଯାଏଁ ଗରିବଙ୍କୁ ମାଗଣାରେ ରାସନ ଦିଆଯିବ | ମୋଦୀ କହିଛନ୍ତି ଯେ ସରକାର କୌଣସି ପରିବାରକୁ ଭୋକରେ ଶୋଇବାକୁ ଦେବେନି | ତେଣୁ ନଭେମ୍ବର ଯାଏଁ ମାଗଣା ରାସନ ଦେବାର ସୀମାକୁ ବଢାଯାଇଛି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କରୋନା ଭୂତାଣୁ ମହାମାରୀର ପ୍ରଥମ ଲହରୀ ସମୟରେ ଦେଶର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ମାଧ୍ୟମରେ ୮ ମାସ ପାଇଁ ମାଗଣା ରାସନ ଦିଆଯାଇଥିଲା । ମୋଦୀ କହିଛନ୍ତି ଯେ ଚଳିତ ବର୍ଷ ମହାମାରୀର ଦ୍ୱିତୀୟ ଲହରୀ ହେତୁ ଏହି ଯୋଜନା ମେ ଏବଂ ଜୁନ୍ ମାସ ପାଇଁ ବୃଦ୍ଧି କରାଯାଇଥିଲା ଏବଂ ଆଜି ଦୀପାବଳି ପର୍ଯ୍ୟନ୍ତ ଏହି ଯୋଜନାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି, “ମହାମାରୀର ଏହି ସମୟରେ ସରକାର ଗରିବଙ୍କ ପ୍ରତ୍ୟେକ

Leave a Reply

Your email address will not be published. Required fields are marked *