ଅନୁଗୋଳ: ସତ୍ଯ ଓ ଅହିଂସାର ପୂଜାରୀ ତଥା ଜାତିର ଜନକ ମହାତ୍ମା ଗାନ୍ଧୀଂକ ୭୮ ତମ ପୂଣ୍ଯତିଥିକୁ ବଳିଦାନ ଦିବସ ରୂପେ ଅନୁଗୋଳ ସହର ଅନ୍ତର୍ଗତ “ଗାନ୍ଧୀ ଉଦ୍ଯାନ” ଠାରେ ବାଜିରାଉତ ଛାତ୍ରାବାସ, ରାଷ୍ଟ୍ରୀୟ ଯୁବା ସଂଗଠନ ,ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଓ ଜିଲ୍ଲା ସର୍ବୋଦୟ ମଣ୍ଡଳ ମିଳିତ ଆନୁକୂଲ୍ଯରେ ପାଳନ କରାଯାଇଥିଲା । ବାଜିରାଉତ ଛାତ୍ରବାସର ଛାତ୍ରଛାତ୍ରୀଙ୍କ ଦ୍ବାରା ସର୍ବଧର୍ମ ପ୍ରାର୍ଥନା ଏବଂ ଅତିଥମାନେ ଗାନ୍ଧୀଂକ ପ୍ରତିମୂର୍ତ୍ତୀରେ ମାଲ୍ଯାର୍ପଣ ପୂର୍ବକ ସଭା ଆରମ୍ଭ କରାଯାଇଥିଲା । ଦେଶ ତଥା ଦୁନିଆରେ ଚାଲିଥିବା ଯୁଦ୍ଧ ଓ ହିଂସା ଵିରୁଦ୍ଧରେ ଆଜି ହେଉଛି ସଂକଳ୍ପ ଓ ପ୍ରାୟଶ୍ଚିତ ର ଦିବସ। ସଂକୀର୍ଣ୍ଣ ମାନସିକତା ଠୁ ଉର୍ଦ୍ଧ କୁ ଯାଇ ଆମେ ସମସ୍ତେ ଭାରତୀୟ ଭାବେ ନିଜକୁ ଗର୍ବ କରିବା ସହ ସବୁ ଧର୍ମ କୁ ସମ୍ମାନ ଦେଇ ରାଷ୍ଟ୍ର ନିର୍ମାଣରେ ନିଜର ଭାଗିଦାରୀ ହେବାର ସମୟ ଆସିଛି ।

ସଭାରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠା ସଦସ୍ୟ ତଥା ବରିଷ୍ଠ ଆଇନଜୀବି(GP)ସୁବାସ ସାହୁ ଉପସ୍ଥିତ ରହି ମହାତ୍ମା ଗାନ୍ଧୀଂକ ସ୍ବାଧୀନତା ଆନ୍ଦୋଳରେ ନେତୃତ୍ବ ଏବଂ ସତ୍ଯାଗ୍ରହର ଶକ୍ତି, ନିଶା ନିବାରଣ ଏବଂ ଗ୍ରାମସ୍ବରାଜ ସମ୍ବନ୍ଧରେ ନିଜର ମତ ପ୍ରକାଶ କରିଥିଲେ । ଅନ୍ଯମାନଂକ ମଧ୍ଯରେ ଛାତ୍ରାବାସ ପରିଚାଳକ କୈଳାଶ ସାହୁ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠା ସଙ୍କରବେହେରା, ସନ୍ତୋଷ କୁମାର ସାମଲ,ରାଷ୍ଟ୍ରୀୟ ଯୁବା ସଂଗଠନ ର ଶ୍ରୀକାନ୍ତ ନାଏକ, ଆଦ୍ୟ ଶ୍ଳୋକ ମିଶ୍ର , ସୁବ୍ରତ ପ୍ରଧାନ , ରଙ୍ଗତରଙ୍ଗ ସମ୍ପାଦକ ବିଦ୍ୟାଧର ନାଏକ ,ଜ୍ଞାନରଞ୍ଜନ ରାଉତ ସଭାରେ ଉପସ୍ଥିତ ରହି ଗାନ୍ଧୀ ବିଚାରଧାରାକୁ ଆପଣେଇବାକୁ ଛାତ୍ରାବାସର ଛାତ୍ରଛାତ୍ରୀଂକୁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମର ସଞ୍ଚାଳନା ରାଷ୍ଟ୍ରୀୟ ଯୁବା ସଂଗଠନ ରାଷ୍ଟ୍ରୀୟ ସଂଯୋଜକ ସୂର୍ଯନାରାୟଣ ନାଥ କରିଥିବା ବେଳେ ଯୁବ ସାମାଜିକ କର୍ମୀ ରଶ୍ମୀରଂଜନ ସାହୁ ଧନ୍ଯବାଦ ଅର୍ପଣ କରିଥିଲେ । ଉକ୍ତ ସଭାରେ ଛୋଟରାୟ ମାଝୀ , ଅନିରୁଦ୍ଧ ନାଏକ , ମାମଲି ଗଡନାୟକ,ଲବଙ୍ଗ ଦେହୁରୀ ଓ ଶକ୍ତି ପ୍ରମୁଖ ସହଯୋଗ କରିଥିଲେ।


