ପାଣି ଟାଙ୍କିରେ ଗଞ୍ଜେଇ ଚାଲାଣ, ୨ ଜଣଙ୍କୁ ଗିରଫ କଲା ପୋଲିସ

ଅଭିନବ ଉପାଯରେ ଗଞ୍ଜେଇ ଚାଲାଣ । ପାଣି ଟ୍ୟାଙ୍କର ଭିତରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ମାଡି ବସିଲା ପୋଲିସ ।  ଘଟଣା ଘଟିଛି ଅନୁଗୋଳ ଜିଲ୍ଲାର ଖମାର ଥାନା କଣ୍ଟିଆପଶି ଅଞ୍ଚଳରେ । ସୂଚନାନୁସାରେ ଗତକାଲି ରାତିରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ଖବର ପାଇଥିଲା ଖମାର ଥାନା ପୋଲିସ। ପୋଲିସ ଏ ସ୍ୱତନ୍ତ୍ର ଟିମ ଥାନା ଅଧିକାରିଣୀ ପ୍ରୀତି ମଞ୍ଜରି ମେଣ୍ଡୁଳି ଙ୍କ ନେତୃତ୍ୱରେ ଚଢ଼ାଉ କରି ଏହି ଗଞ୍ଜେଇ ଚାଲାଣ କାରୀଙ୍କୁ କାବୁ କରିବାରେ ସଫଳ ହୋଇଥିଲା।

ଚାଲାଣ କାରୀ ଏକ ଟ୍ରାକ୍ଟର ରେ ପାଣି ଟାଙ୍କି ଭିତରେ ଗଞ୍ଜେଇ ରଖିଥିଲେ । ଯାଞ୍ଚ ବେଳେ ସେଥିରୁ ୨୯୭ କିଲୋ ଗଞ୍ଜେଇ ଜବତ କରା ଯାଇଥିଲା । ଏହି ଘଟଣାରେ ଖମାର ପୂଲିସ ୨ ଜଣ ଙ୍କୁ ଗିରଫ କରିଛି । ଗିରଫ ଦୁଇଜଣ ହେଲେ ଝାଡଖଣ୍ଡ ର ଅନୀଲ ସ ଏବଂ ଫୁଲଚନ୍ଦ ପରିହା । ଏମାନେ ଗଞ୍ଜେଇ କେଉଁଠାରୁ ଆଣୁଥିଲେ ଆଉ କାହାକୁ ବିକ୍ରି କରୁଥିଲେ ସେ ନେଇ ପୋଲିସ ଅଧିକ ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *