ଦିଲ୍ଲୀରେ ଗଣଟିକାକରଣ ଆରମ୍ଭ ,ଭୋଟ୍‌ ଦେଇଥିଲେ ଯେଉଁଠି, ଟିକା ନେବେ ସେଇଠି କହିଲେ କେଜ୍ରିୱାଲ ।

ନୂଆଦିଲ୍ଲୀ: ସୋମବାର ଦିନ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ସରକାରଙ୍କର କୋଭିଡ୍‌-୧୯ ଗଣଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରି କହିଲେ, ନିର୍ବାଚନ ବେଳେ ଲୋକେ ଯେଉଁ ବୁଥ୍‌କୁ ଯାଇ ଭୋଟ୍‌ ଦେଇଥିଲେ, ସେହି ବୁଥ୍‌କୁ ଯାଇ ଟିକା ନେଇପାରିବେ।

ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମଳନୀରେ କେଜ୍ରିୱାଲ୍ କହିଲେ, ଆଜି ଠାରୁ ଆମେ ‘ଭୋଟ୍‌ ଯେଉଁଠି, ଟିକା ସେଇଠି’ ଅଭିଯାନ ଆରମ୍ଭ କରୁଛୁ। ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଭୋଟ୍‌ ଦାନ କେନ୍ଦ୍ରକୁ ଯାଇ ଟିକା ନେବାକୁ ଏହି ଅଭିଯାନରେ ଆମେ ଲୋକମାନଙ୍କୁ କହିବୁ। ଅବିଳମ୍ବେ ଘରକୁ ଘର ବୁଲି ଟିକା ଦେବା ଅଭିଯାନ ମଧ୍ୟ ଆରମ୍ଭ କରାଯିବ। ଆଗାମୀ ୪ ସପ୍ତାହ ମଧ୍ୟରେ ୪୫ ବର୍ଷରୁ ଊର୍ଦ୍ଧ୍ବ ସମସ୍ତଙ୍କୁ ଟିକା ଦେବା ନିମନ୍ତେ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଥିବା କଥା ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍ କହିଛନ୍ତି।

ଏ ଅବସରରେ ହିନ୍ଦୀରେ ଟୁଇଟ୍‌ କରି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌ ଲେଖିଛନ୍ତି, ଆଜିଠାରୁ ଦିଲ୍ଲୀରେ ଅନେକ କାର୍ଯ୍ୟକଳାପ ପୁନରାରମ୍ଭ ହେଉଛି। କିନ୍ତୁ, କରୋନାକୁ ସମ୍ପୂର୍ଣ୍ଣ ବାଧା ଦେବାକୁ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରନ୍ତୁ। ମାସ୍କ୍‌ ପିନ୍ଧନ୍ତୁ, ଶାରୀରିକ ଦୂରତ୍ବ ବଜାୟ ରଖନ୍ତୁ ଏବଂ ହସ୍ତ ପ୍ରକ୍ଷାଳନ କରନ୍ତୁ। ଏଥିରେ କୌଣସି ପ୍ରକାରର ଅବହେଳା କରନ୍ତୁ ନାହିଁ।

Leave a Reply

Your email address will not be published. Required fields are marked *