ରସାବଳୀକୁ ଜି.ଆଇ. ଟ୍ୟାଗ୍‌ ଦେବା ପାଇଁ ତିନି ସାଂସଦଙ୍କ ଦାବି। ପାର୍ଲାମେଣ୍ଟ୍‌ରେ କେନ୍ଦ୍ରାପଡ଼ାର ରସାବଳୀ ପ୍ରସଙ୍ଗ .

ନୂଆଦିଲ୍ଲୀ: କେନ୍ଦ୍ରାପଡ଼ାର ପ୍ରସିଦ୍ଧ ମିଷ୍ଟାନ୍ନ ରସାବଳୀକୁ ‘ଜି.ଆଇ. ଟ୍ୟାଗ୍‌’ ଦେବା ପାଇଁ ଦାବି କରି ସାଂସଦ ସୁବାସ ସିଂହଙ୍କ ନେତୃତ୍ବରେ ସାଂସଦ ମୁନ୍ନା ଖାଁ ଓ ସାଂସଦ ମମତା ମହାନ୍ତ ଆଜି କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ୍‌ଙ୍କୁ ପାର୍ଲାମେଣ୍ଟ୍‌ କାର୍ଯ୍ୟାଳୟରେ ଭେଟି ସ୍ମାରକପତ୍ର ଦେଇଛନ୍ତି। ରସାବଳୀ ହେଉଛି ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀବଳଦେବଜୀଉଙ୍କର ମୁଖ୍ୟ ପ୍ରସାଦ।ଇତିହାସ କହେ, ଗଙ୍ଗବଂଶ ରାଜତ୍ବ ଅର୍ଥାତ୍‌ ୪୦୦ ବର୍ଷ ତଳୁ ରସାବଳୀ ସ୍ବାଦିଷ୍ଠ ମିଷ୍ଟାନ୍ନ ଭାବେ ସ୍ବକୀୟ ପରିଚୟ ସୃଷ୍ଟି କରିଛି। ପ୍ରାଚୀନ ଦାଣ୍ଡି ରାମାୟଣ ଏବଂ ଜଗମୋହନ ରାମାୟଣରେ ମଧ୍ୟ ରସାବଳୀ ସମ୍ବନ୍ଧରେ ଅତ୍ୟନ୍ତ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି। କେନ୍ଦ୍ରାପଡ଼ାର ଅନେକ ବାସିନ୍ଦା ଏହି ରସାବଳୀ ବିକ୍ରୟ କରି ଗୁଜୁରାଣ ମେଣ୍ଟାଉଛନ୍ତି। କଟକର ପ୍ରସିଦ୍ଧ ବାଲିଯାତ୍ରା ସମେତ ରାଜ୍ୟ ଓ ଦେଶର ବିଭିନ୍ନ ପ୍ରମୁଖ ପ୍ରଦର୍ଶନୀରେ ପ୍ରଦର୍ଶିତ ହୋଇ ଏହା ଆଦୃତ ହୋଇପାରିଛି। ଦେଶ ତଥା ବିଦେଶରେ ପ୍ରସିଦ୍ଧି ଲାଭ କରିଥିଲେ ସୁଦ୍ଧା ଏଯାବତ୍ କେନ୍ଦ୍ରପଡ଼ାର ରସାବଳୀକୁ ‘ଜି.ଆଇ. ଟ୍ୟାଗ୍‌’ ମିଳିନାହିଁ।

Advertisement

Leave a Reply

Your email address will not be published. Required fields are marked *