ତାଳଚେର : NTPC-Talcher Thermal ଦ୍ୱାରା ବହୁ ପ୍ରତିକ୍ଷୀତ ବାଳିକା ସଶକ୍ତିକରଣ ମିଶନ କାର୍ଯ୍ୟଶାଳା ର ଶୁଭ ଉଦଘାଟନ ଆଜି ତାଳଚେର ଥର୍ମାଲ ର ED ଶ୍ରୀଯୁକ୍ତ K. S. Rao ଙ୍କ ଦ୍ୱାରା DAV public School ପରିସରରେ ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ 20.5.2022 ରୁ ଆରମ୍ଭ ହୋଇ 16.6.2022 ପର୍ଯ୍ୟନ୍ତ ଚାଲିବ. ଏହି କାର୍ଯ୍ୟକ୍ରମ ରେ ତାଳଚେର ଥର୍ମାଲ ପରିପାର୍ଶିକ ସରକାରୀ ବିଦ୍ୟାଳୟ ର ଷଷ୍ଠ ଶ୍ରେଣୀ ରେ ପଢୁ ଥିବା 120 ଜଣ ବାଳିକା ମାନଙ୍କୁ ଚାରି ସପ୍ତାହର କର୍ମଶାଳା ରେ ସେମାନଙ୍କର ଶାରୀରିକ ଓ ମାନସିକ ଅଭିବୃଦ୍ଧି ରେ ସହାୟକ ହେଲାଭଳି ଅନେକ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି ।


କାର୍ଯ୍ୟକ୍ରମ କୁ ଉଦଘାଟନ କରି Executive Director ଶ୍ରୀ Rao ଏହି କାର୍ଯ୍ୟକ୍ରମ NTPC ର CSR ଅନ୍ତର୍ଭୁକ୍ତ ଓ ଶକ୍ତି ଉତ୍ପାଦନ ବ୍ୟତୀତ ଅନେକ ଲୋକାଭିମୁଖୀ କାର୍ଯ୍ୟକ୍ରମ ରେ ntpc ଆନ୍ତରିକ । ଭାବେ ସହଯୋଗ କରିଥାଏ ବୋଲି କହିଥିଲେ. ଦେଶର ଅନ୍ୟାନ୍ୟ ବହୁntpc project ରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଶିକ୍ଷା ବିଭାଗର ଅଧିକାରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ବାରିକ, ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ୟ ମାନେ, କାର୍ଯ୍ୟକ୍ରମ ରେ ଭାଗ ନେଇଥିବା ପିଲାମାନଙ୍କ ଅଭିଭାବକ, ଶିକ୍ଷକ ଶିକ୍ଷୟତ୍ରୀ ଓ ntpc talcher thermal ର ଅଧିକାରୀ ଓ union କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।


କାର୍ଯ୍ୟକ୍ରମ ଆରମ୍ଭରେ ସାଗରୀକା ମହିଳା କ୍ଲବ ର ପ୍ରେସିଡେଣ୍ଟ ଶ୍ରୀମତୀ ସ୍ଵର୍ଣ ଲତା ରାଓ,ଝିଅ ମାନେ ଶିକ୍ଷିତ ହେଲେ ଦେଶର ଉର୍ନ୍ନତି ହେବ ଏବଂ ପରିବାର ସଶକ୍ତ ହେବ ବୋଲି କହିଥିଲେ.। ସ୍ଥାନୀୟ ହାଣ୍ଡିଧୁଆ ହାଇସ୍କୁଲ, DAV ସ୍କୁଲ ର ଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କରାଯାଇଥିଲା, ଯାହାକୁ ସମସ୍ତେ ମନଭରି ଉପଭୋଗ କରିଥିଲେ.Girl’s Empower Mission ବା GEM NTPC ର ଏକ ଉତ୍କର୍ଷ କାର୍ଯ୍ୟକ୍ରମ. ଏ ବର୍ଷ M/S Hero mimdmine ସଂସ୍ଥା ଦ୍ୱାରା ଏହି କାର୍ଯ୍ୟକ୍ରମ କରାଯାଉଅଛି.।