ଅନୁଗୋଳ : ଚଳିତ ମାସ ୩୦ ତରିକା ଗୁରୁବାର ଦିନ ଅନୁଗୋଳ ଜିଲା ରାନ୍ତଲେଇ ସ୍ଥିତ ଶ୍ରୀ ଗୋପାଳ
ଗୋଶାଳା, ଅନୁଗୋଳ ପକ୍ଷରୁ ପବିତ୍ର ଗୋପାଷ୍ଟମୀ ମେଲା ପାଳିତ ହେବ । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ସାଂସଦ ମାନ୍ୟବର ଶ୍ରୀ ରୁଦ୍ର ନାରାୟଣ ପାଣି, ସମ୍ମାନିତ ଅତିଥୀ ଭାବେ ଅନୁଗୋଳ ବିଧାୟକ ମାନ୍ୟବର ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ପ୍ରଧାନ ଏବଂ ମୁଖ୍ୟ ବକ୍ତା ଭାବେ ବିଶ୍ୱହିନ୍ଦୁ ପରିଷଦର ରାଜ୍ୟ ସାଧାରଣ ସମ୍ପାଦକ ପଣ୍ଡିତ ଶ୍ରୀ ମହେଶ ସାହୁ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା କଥା ଏକ ସାମ୍ବାଦିକ ସମ୍ମିଳନୀରେ ଗୋଶାଳା ପକ୍ଷରୁ କୁହାଯାଇଛି।
ଏହି କାର୍ଯକ୍ରମ ପୂର୍ବାହ୍ନ ୯ ଘଟିକା ସମୟରେ ଗୋମାତା ପୂଜନରୁ ପ୍ରାରମ୍ଭ ହୋଇ ଶ୍ରୀ ହନୁମାନ ଚାଳିଶା ପାଠ, କାମଧେନୁ ଯଜ୍ଞ, ପ୍ରଦର୍ଶନୀ ଓ ପ୍ରବଚନ ସଭା ଇତ୍ୟାଦି ଅନୁଷ୍ଠିତ ହେବ । ଗୋପାଷ୍ଟମୀ ଉପଲକ୍ଷ୍ୟ
ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଭାଗୀଙ୍କୁ ବରେଣ୍ୟ ଅତିଥିଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯିବ ଗୋପାଷ୍ଟମୀର ପାବନ ଅବସରରେ ପୂର୍ବାହ୍ନ ୧୦ ଘଟିକାରୁ ତୁଳାଦାନ କାର୍ଯ୍ୟକ୍ରମର ମଧ୍ୟ ଅୟୋଜନ
କାରଯିବ । ଇଚ୍ଛୁକ ବ୍ୟକ୍ତି ତଥା ଗୋଭକ୍ତମାନେ ନିଜ ଓଜନ ପରିମାଣର ଗୋଖାଦ୍ୟ ଗୋଶାଳାକୁ ଦାନ
କରିବେ । ଅପରାହ୍ନ ୧ ଘଟିକାରୁ ସମସ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା ରହିଅଛି ବୋଲି ମାରୱାଡି ଧର୍ମଶାଳା ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଗୋପାଳ ଗୋଶାଳାର ସଭାପତି ଲଡୁକେଶ୍ବର ଅଗ୍ରୱାଲା, ପୂର୍ବତନ ସଭାପତି ଶ୍ରୀ ଗୋପାଳ ମୁଦ୍ରା, ଉପଦେଷ୍ଟା ଅଶୋକ ମୁରାରକା, ସମ୍ପାଦକ ରାମ କିଶନ ବଂସଲ, ଗଣ ମାଧ୍ୟମ ପ୍ରତିନିଧି ଚନ୍ଦ୍ରକାନ୍ତ ଧଳ ପ୍ରମୁଖ ମଞ୍ଚ ଉପରେ ଉପସ୍ଥିତ ରହି ଗୋପାଷ୍ଟମୀ ମେଳା ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମରେ ସମସ୍ତେ ସହଯୋଗ କରିବା ପାଇଁ
ଅନୁରୋଧ କରିଥିଲେ ।


