ପିଆଜ ରପ୍ତାନି ଉପରେ କଟକଣା ଲଗାଇଲେ କେନ୍ଦ୍ର ସରକାର,

ନୂଆଦିଲ୍ଲୀ: ଦେଶରୁ ପିଆଜ ରପ୍ତାନି ଉପରେ କଟକଣା ଲଗାଇଛନ୍ତି କେନ୍ଦ୍ର ସରକାର। ଘରୋଇ ବଜାରରେ ପିଆଜର ଉପଲବ୍ଧତା ସୁନିଶ୍ଚିତ କରିବା ଏବଂ ଏହାର ବଢିଚାଲିଥିବା ଦରକୁ ନିୟନ୍ତ୍ରଣରେ ରଖିବା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି। ସରକାରଙ୍କ ନିଷ୍ପତ୍ତି ଅନୁସାରେ ପିଆଜ ରପ୍ତାନି ଉପରେ ୪୦ ପ୍ରତିଶତ ଭାରି ଶୁଳ୍କ ଲାଗୁ କରାଯାଇଛି, ଯାହା ଚଳିତ ବର୍ଷ ଶେଷ ପର୍ଯ୍ୟନ୍ତ ଲାଗୁ ରହିବ । ଶନିବାର ସଂଧ୍ୟାରେ ଏ ନେଇ କେନ୍ଦ୍ର ସରକାର ଏକ ବିଜ୍ଞପ୍ତି ଜାରି କରିଛନ୍ତି । ବିଜ୍ଞପ୍ତି ଅନୁସାରେ, ଚଳିତ ବର୍ଷ ଡିସେମ୍ବର ୩୧ ପର୍ଯ୍ୟନ୍ତ ପିଆଜ ରପ୍ତାନି ଉପରେ ୪୦ ପ୍ରତିଶତ  ରପ୍ତାନି ଶୁଳକ ଲାଗୁ ହେବ ।

ସୂଚନାଯୋଗ୍ୟ ଯେ ଦେଶରେ ଏବେ ପିଆଜର ଦର ଦ୍ରୁତ ଗତିରେ ବଢିଚାଲିଛି । ପ୍ରବଳ ବର୍ଷା ଯୋଗୁଁ ମହାରାଷ୍ଟ୍ରରେ ପିଆଜ ଫସଲ କ୍ଷତିଗ୍ରସ୍ତ ହୋଇଛି । ଏହି କାରଣରୁ ଦର ବଢୁଛି । ସେପ୍ଟେମ୍ବରରୁ ପିଆଜ ଦର ବଢ଼ିବା ଆରମ୍ଭ ହେବା ସହ ସାଧାରଣ ଲୋକଙ୍କୁ ମୁଦ୍ରାସ୍ଫୀତିର ନୂଆ ଝଟକା ଦେବ ବୋଲି କୁହାଯାଉଛି। ଏହି ଆଶଙ୍କାକୁ ଦୃଷ୍ଟିରେ ରଖି ସରକାର ପିଆଜ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବା ଦିଗରେ ପଦକ୍ଷେପ ନେଇପାରନ୍ତି ବୋଲି ପୂର୍ବରୁ ଅନୁମାନ କରାଯାଉଥିଲା। ଏହା ପୂର୍ବରୁ ସରକାର ଅଣ-ବସୁମତୀ ଚାଉଳ ରପ୍ତାନି ଉପରେ କଟକଣା ଲଗାଇଥିଲେ ।

Leave a Reply

Your email address will not be published. Required fields are marked *