ଅନୁଗୋଳ : ଚଳିତ ମାସ ତା ୧୮/୦୩/୨୦୨୫ ରିଖ ଠାରୁ ତା ୨୦/୦୩/୨୦୨୫ ରିଖ ପଯ୍ୟନ୍ତ ୨୫ତମ ସିନିୟର୍ ସ୍କୋଏ ମାର୍ଶଲ ଆର୍ଟ ପ୍ରତିଯୋଗିତା ରାଜସ୍ଥାନର ଜୟପୁର ଜିଲ୍ଲା ସ୍ଥିତ ଇଞ୍ଜିନିୟର କଲେଜ ଠାରେ ଅନୁଷ୍ଠିତ ହେଇଥିଲା, ଉକ୍ତ ପ୍ରତିଯୋଗିତାରେ ଅନୁଗୋଳ ଜିଲ୍ଲା ରୁ ୧୮ ବର୍ଷରୁ ଉର୍ଦ୍ଧ ବାଳିକା ବିଭାଗର ଗୁଲ୍ଜାରି ସ୍ୟାମରଙ୍ଗି ଅଂଶ ଗ୍ରହଣ କରି କାଂସ୍ୟ ପଦକ ହାସଲ କରିଛନ୍ତି।
ଜାତୀୟ ସ୍ତରୀୟ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି ପଦକ ହାସଲ କରି ଥିବାରୁ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଓ ଅନଗୁଳ ଜିଲ୍ଲା ସ୍କୋଏ ମାର୍ଶାଲ ଆର୍ଟ ଉପସଭାପତି ପର୍ଶୁରାମ ଦାସ ଯୁଲ୍ଜାରୀଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ଵାଗତ ଓ ସମ୍ବର୍ଧନା ଜଣାଇଁ ଥିଲେ ,ଆଗକୁ କିଭଳି ଜିଲ୍ଲାର ଓ ରାଜ୍ୟର ଗୌରବ ଆଣିବ ସେଥିପାଇଁ ଖେଳାଳିର ମନୋ ବଳକୁ ଦୃଢ଼ କରିବା ପାଇଁ ଦିଗଦର୍ଶନ ଦେଇଥିଲେ, ରାଜ୍ୟ ସ୍କୋଏ ଉପ ସଭାପତି ଦୁଷ୍ୟନ୍ତକୁମାର ନାଥ ଙ୍କ ଠାରୁ ମା ବାସନ୍ତୀ ଦୂର୍ଗା ଖେଳ ପଡ଼ିଆଠାରେ ସେ ପ୍ରଶିକ୍ଷଣ ନେଇ ଆସୁଛନ୍ତି।