ପଶ୍ଚିମବଙ୍ଗର ଜଳପାଇଗୁଡ଼ିରେ ଧାରଣାଚ୍ୟୁତ ହେଲା ଗୌହାଟି ଅଭିମୁଖେ ଯାଉଥିବା ବିକାନେର୍‌ ଏକ୍ସ୍‌ପ୍ରେସ୍‌।

କୋଲ୍‌କାତା: ଗୌହାଟି ଅଭିମୁଖେ ଯାଉଥିବା  ବିକାନେର୍‌ ଏକ୍ସପ୍ରେସ୍‌ର (୧୫୬୩୩) ପ୍ରାୟ ୧୨ଟି ବଗି ପଶ୍ଚିମବଙ୍ଗର ଜଳପାଇଗୁଡ଼ି ଜିଲ୍ଲାରେ ଧାରଣାଚ୍ୟୁତ ହୋଇଛି। ପ୍ରାରମ୍ଭିକ ସୂଚନାରୁ ଜଣାପଡ଼ିଛି ଯେ, ଟ୍ରେନ୍‌ ଧାରଣାଚ୍ୟୁତ ହେବାରୁ ୩ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିବା ସହ ଆଉ କେତେକ ଯାତ୍ରୀ ଆହତ ହୋଇଛନ୍ତି। ଚିକିତ୍ସା ନିମନ୍ତେ ଆହତମାନଙ୍କୁ ମୈନାପାଇଗୁଡ଼ି ଏବଂ ଜଳପାଇଗୁଡ଼ି ଜିଲ୍ଲା ଚିକିତ୍ସାଳୟକୁ ନିଆଯାଇଛି।ରାଜସ୍ଥାନର ବି‌କାନେର୍‌ରୁ ଯାତ୍ରା ଆରମ୍ଭ କରିଥିବା ଉକ୍ତ ଟ୍ରେନ୍‌ଟି ପାଟଣା ଦେଇ ଆସାମର ଗୌହାଟିକୁ ଯାଉଥିବା ବେଳେ ଆଜି ସନ୍ଧ୍ୟା ପ୍ରାୟ ୫.୧୫ରେ ଜଳପାଇଗୁଡ଼ି ଅନ୍ତର୍ଗତ ମୈନାଗୁଡ଼ି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ସେଠାରେ ଟ୍ରେନ୍‌ଟିର ରହଣି ନ ଥିଲା। ଜଣେ ଯାତ୍ରୀଙ୍କ କହିବା ଅନୁସାରେ, ହଠାତ୍‌ ‌ଗୋଟାଏ ଝଟ୍‌କା ଲାଗିବା ପରେ କେତେଗୁଡ଼ିଏ ବଗି ଓଲଟି ପଡ଼ିଲା।

Leave a Reply

Your email address will not be published. Required fields are marked *