ଗୋଡ଼ଗଣ୍ଠି ଆଘାତ ଭଲ ନ ହେଉ ଥିବାରୁ ବିଶ୍ବକପ୍‌ ୨୦୨୩ ଖେଳିବେନି ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ: ଗୋଡ଼ଗଣ୍ଠି ବା ବଳାଗଣ୍ଠିରେ ହୋଇଥିବା ଆଘାତ ଭଲ ହେଉ ନ ଥିବାରୁ କ୍ରିକେଟର୍‌ ହାର୍ଦ୍ଦିକ ପାଣ୍ଡ୍ୟା ‘ଆଇସିସି’ ବିଶ୍ବକପ୍‌ ୨୦୨୩ରେ ହେବାକୁ ଥିବା ବାକି ମ୍ୟାଚ୍‌ଗୁଡ଼ିକରେ ଖେଳି ପାରିବେ ନାହିଁ ବୋଲି ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।ତାଙ୍କ ପରିବର୍ତ୍ତେ ୧୫ଜଣିଆ ଖେଳାଳିବିଶିଷ୍ଟ ଭାରତୀୟ ଟିମ୍‌ରେ କର୍ଣ୍ଣାଟକ ପେସର୍‌ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ସାମିଲ କରାଯାଇଛି। ‘ଆଇସିସି’ ‘ଇଭେଣ୍ଟ୍‌ ଟେକ୍ନିକାଲ୍‌ କମିଟି’ ତାଙ୍କୁ ଆଜି ହାର୍ଦ୍ଦିକଙ୍କ ବିକଳ୍ପ ଭାବେ ଚୟନ କରିଛି।

Advertisement

ରବିବାର ଦିନ କୋଲ୍‌କାତାର ଇଡେନ୍‌ ଗାର୍ଡେନ୍‌ରେ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ହେବାକୁ ଥିବା ମ୍ୟାଚ୍‌ରେ କ୍ରିଷ୍ଣା ଖେଳିବେ।ଅଳ୍ପ ଦିନ ତଳେ କ୍ରିଷ୍ଣା କର୍ଣ୍ଣାଟକ ତରଫରୁ ‘ସୟେଦ୍‌ ମୁସ୍ତାକ୍‌ ଅଲି ଟି୨୦ ଟ୍ରଫି’ ଖେଳି ଥିଲେ। ଏଥିରେ ଅଧିକାଂଶ ମ୍ୟାଚ୍‌ରେ ୫ଟି ଲେଖାଏଁ ୱିକେଟ୍‌ ହାସଲ କରିଥିଲେ।ସୂଚନାଯୋଗ୍ୟ, ଗତ ମାସରେ ପୁଣେସ୍ଥିତ ମହାରାଷ୍ଟ୍ର କ୍ରିକେଟ୍‌ ଆସୋସିଏସନ୍‌ ଷ୍ଟାଡିୟମ୍‌ରେ ଚାଲିଥିବା ଭାରତ ଓ ବାଂଲାଦେଶ ମଧ୍ୟରେ ଚାଲିଥିବା ଦିନିକିଆ କ୍ରିକେଟ୍‌ ମ୍ୟାଚ୍‌ରେ ୩୦ ବର୍ଷିୟ ଅଲ୍‌ରାଉଣ୍ଡର୍‌ ପାଣ୍ଡ୍ୟା ଆହତ ହୋଇଥିଲେ। ସେଦିନ ଖେଳରେ ତାଙ୍କର ପ୍ରଥମ ଓଭର୍‌ରେ ଅଧା ବେଳକୁ ତାଙ୍କ ବଳାଗଣ୍ଠି ମୋଡ଼ି ହୋଇଯିବାରୁ ସେ ତଳେ କଚାଡ଼ି ହୋଇ ପଡ଼ିଯାଇଥିଲେ। ତାଙ୍କ ଗୋଡ଼ରେ ଗୁଡ଼ାଏ ପଟି ଗୁଡ଼ାଯିବା ପରେ ସେ ଠିଆ ହୋଇଥିଲେ। କିନ୍ତୁ, ଆଉ ବୋଲିଙ୍ଗ୍‌ କରି ପାରିଲେ ନାହିଁ। ତାଙ୍କ ପରିବର୍ତ୍ତେ ସେ ଓଭର୍‌ର ବାକି ୩ଟି ବଲ୍‌ ବୋଲିଙ୍ଗ୍‌ କରିଥିଲେ ବିରାଟ କୋହ୍‌ଲି।

Leave a Reply

Your email address will not be published. Required fields are marked *