ଅନୁଗୋଳ ରେଳ ଷ୍ଟେସନରେ ଆଜିଠାରୁ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇଛି ଲାଇଫ ଲାଇନ ଏକ୍ସପ୍ରେସ ବା ହସ୍ପିଟାଲ ଇନ ଟ୍ରେନ । ଭାରତ ବର୍ଷର ପ୍ରଥମ ହସ୍ପିଟାଲ ଇନ ଟ୍ରେନ ଅନୁଗୋଳ ରେଳ ଷ୍ଟେସନରେ ଆଜିଠାରୁ ଲୋକଙ୍କୁ ଚିକିତ୍ସା ସୁବିଧା ଯୋଗାଇବ।ଆଜି ଏହାକୁ ବିଧିବଦ୍ଧ ଭାବେ ଉଦଘାଟନ କରିଛନ୍ତି ବିଧାନସଭା ଉପ ବାଚସ୍ପତି ରଜନୀକାନ୍ତ ସିଂ। ଆଜି ପ୍ରଥମ ଦିନରେ ଆଖି ପାଇଁ ଅସୁବିଧା ଭାଗୁଥିବା ଲୋକଙ୍କ ଚକ୍ଷୁ ପରୀକ୍ଷା କରାଯିବ। ଆସନ୍ତା 15 ଦିନ ଅର୍ଥାତ 30 ତାରିଖ ପର୍ଯ୍ୟନ୍ତ ଏଠାରେ ଆଖି ସମେତ କାନ , ଦାନ୍ତ,ଅସ୍ତି, ମହିଳା ମାନେ ଭୋଗୁଥିବା ବିଭିନ୍ନ ରୋଗର ପରୀକ୍ଷା ଓ ଆବଶ୍ୟକ ପଡ଼ିଲେ ଅସ୍ତ୍ରୋପଚାର କରାଯିବାର ବ୍ୟବସ୍ଥା ରହିଛି ।

ଇମ୍ପାକ୍ଟ ଇଣ୍ଡିଆ ଫାଉଣ୍ଡେସନ ପକ୍ଷରୁ ରେଳ ବିଭାଗ, ଉଭୟ ଭାରତ ଓ ଓଡ଼ିଶା ସରକାର ପକ୍ଷରୁ ଏହି ସ୍ୱାସ୍ଥ୍ୟ ସୁବିଧା ଯୋଗାଇବାର ବ୍ୟବସ୍ଥା ଆରମ୍ଭ ହୋଇଛି। ଆସିଥିବା ଟ୍ରେନ ଇନ ହସ୍ପିଟାଲରେ ରହିଛି ସ୍ୱତନ୍ତ୍ର ଅପରେସନ ଥିଏଟର ସହ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବାର ବ୍ୟବସ୍ଥା । ଉଦଘାଟନ ଉତ୍ସବ ରେ ଉପ ବାଚସ୍ପତି ରଜନୀକାନ୍ତ ସିଂହ , ଅତିରିକ୍ତ ଜିଲ୍ଲାପାଳ ରଜନୀକାନ୍ତ ସ୍ଵାଇଁ , ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ତ୍ରିଲୋଚନ ପ୍ରଧାନଙ୍କ ସହ ଇମ୍ପାକ୍ଟ ଇଣ୍ଡିଆ ଫାଉଣ୍ଡେସନ ଟ୍ରଷ୍ଟି ପ୍ରଫେସର ରୋହିଣୀ ଭି ଚୋଗଲୁ ଙ୍କ ସମେତ ରେଳ ବିଭାଗ ଅଧିକାରୀମାନେ ଉପସ୍ଥିତ ଥିଲେ ।
