୪୪.୬ ଡିଗ୍ରୀରେ ସିଝିଲା ବାରିପଦା,୧୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ.

ଭୁବନେଶ୍ବର: ରାଜ୍ୟର ୧୫ଟି ସହରରେ ଆଜି ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଭୁବନେଶ୍ବରସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ପାଣିପାଗ କେନ୍ଦ୍ର ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ, ବାରିପଦାରେ ସର୍ବାଧିକ ୪୪.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ତାଳଚେରରେ ୪୨.୭, ବୌଦ୍ଧରେ ୪୨.୫, ଝାରସୁଗୁଡ଼ରେ ୪୨.୨, ବଲାଙ୍ଗୀରରେ ୪୨.୨, ଟିଟଲାଗଡରେ ୪୨, ଅନୁଗୁଳରେ ୪୧.୯, ସୋନପୁରରେ ୪୧.୮, ନୟାଗଡରେ ୪୧.୭, ବାଲେଶ୍ୱରରେ ୪୧.୪ରେ, ସମ୍ବଲପୁରରେ ୪୧.୩, ଭବାନୀପାଟଣାରେ ୪୧, ମାଲକାନଗିରିରେ ୪୧ ଓ କଟକରେ ୪୦.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। 

Advertisement

ଅନ୍ୟପଟେ ଆସନ୍ତା ୪ଦିନ ଯାଏଁ ରାଜ୍ୟର ଅନେକ ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ଅନୁଭୂତ ହେବ।ର ସମ୍ଭାବନା ରହିଛି। ଏଥିପାଇଁ ପାଣିପାଗ ବିଭାଗ କିଛି ଜିଲ୍ଲାଗୁଡ଼ିକୁ ୟେଲୋ ୱା‌ର୍ଣ୍ଣିଂ ଜାରି କରିଛି।ଗ୍ରୀଷ୍ମପ୍ରବାହ ଅନୁଭୂତ ହେବାର ସମ୍ଭାବନା ଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢ଼େଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ସୁବର୍ଣ୍ଣପୁର, ବୌଦ୍ଧ, ନୟାଗଡ଼, ଖୋର୍ଧା, କଟକ, ଯାଜପୁର, ଭଦ୍ରକ ଓ ବାଲେଶ୍ବର ରହିଛି।

Leave a Reply

Your email address will not be published. Required fields are marked *