ଗୋଟିଏ ମାସ ଘୁଞ୍ଚିଲା ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଡେଡଲାଇନ୍‌

କଟକ : ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ନେଇ ଚିନ୍ତାରେ ଥିବା ଗାଡି ଚାଳକଙ୍କୁ ମିଳିଛି  ଆଶ୍ବସ୍ତି । ଆଜି ସରୁଥିବା ଡେଡଲାଇନ୍‌କୁ ଆଉ ଗୋଟିଏ ମାସ ପାଇଁ ବଢାଯାଇଛି। ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଡେଡଲାଇନ ଘୁଞ୍ଚାଇଛି ପରିବହନ ବିଭାଗ। ହାଇକୋର୍ଟରେ ଏନେଇ ମାମଲା ଚାଲିଥିବା ବେଳେ ଗୋଟିଏ ମାସ ଡେଡଲାଇନ ଘୁଞ୍ଚାଯାଇଥିବା ନେଇ ପରିବାହନ ବିଭାଗ କୋର୍ଟକୁ ଜଣାଇଛି। ମାମଲାର ପରବର୍ତ୍ତିଶୁଣାଣି ଅକ୍ଟୋବର ୨୬ ତାରିଖରେ କରାଯିବ।

ସୂଚନାଯୋଗ୍ୟ ଯେଉଁମାନଙ୍କ ଗାଡ଼ିର ଶେଷ ଅଙ୍କ ୧, ୨, ୩, ୪ ରହିଛି,ସେମାନଙ୍କର ନୂଆ ନମ୍ବରପ୍ଲେଟ୍ ଲଗାଇବାର ସମୟ ସୀମା ଆଜି ସରୁଥିଲା। କାଲିଠୁ ଯେଉଁମାନଙ୍କ ଗାଡ଼ିର ଶେଷ ଅଙ୍କ ୧, ୨, ୩, ୪ ରହିଥିବ କିନ୍ତୁ ନୂଆ ନମ୍ବର ଲାଗିନଥିବ ସେମାନେ ଫାଇନ୍‌ ଗଣିବେ ବୋଲି ନିଷ୍ପତ୍ତି ହୋଇଥିଲା। ସେହି ନିଷ୍ପତ୍ତିରେ ଆଜି ପରିବର୍ତ୍ତନ କରାଯାଇ ଆଉ ମାନେ ଯାଏଁ ଘୁଞ୍ଚାଯାଇଛି।

ହାଇସିକ୍ୟୁରିଟି ନମ୍ବର ପ୍ଲେଟ ମାମଲାରେ ଧାର୍ଯ୍ୟ କରାଯାଇଥିବା ସମୟ ସୀମା ୧ ମାସ ବଢିବ ବୋଲି ସରକାର ହାଇକୋର୍ଟଙ୍କୁ ଜଣାଇଛନ୍ତି। ଆଜି ଥିଲା ଡେଡଲାଇନ, ଏହା ଅକ୍ଟୋବର ୩୧ ପର୍ଯ୍ୟନ୍ତ ବଢିବ। ଭିତ୍ତିଭୂମି ବିକାଶ କରାଯିବ, ଜନ ସେବା, ମୋ ସେବା କେନ୍ଦ୍ରରେ ନମ୍ୱର୍ ପ୍ଲେଟ ବୁକିଂ ହେବ, ଗ୍ରାମାଞ୍ଚଳରେ କ୍ୟାମ୍ପ ଆୟୋଜନ କରାଯିବ, ଅନଲାଇନ ବ୍ୟବସ୍ଥାରେ କେମିତି ସ୍ଲଟ୍ ମିଳିବ ତାହା ସୁନିଶ୍ଚିତ କରାଯିବ ବୋଲି ସରକାର ହାଇକୋର୍ଟରେ ପ୍ରତିଶ୍ରୁତି ଦେଇଛନ୍ତି।

ଅନ୍ୟପଟେ ଆବେଦନକାରୀମାନେ ଖବର କାଗଜ ରିପୋର୍ଟ ଦେଖାଇ ଡିସେମ୍ବର ଯାଏ ସ୍ଲଟ୍‌ ନାହିଁ ବୋଲି କହିଛନ୍ତି। ସମୟ ସୀମା ବୃଦ୍ଧି କରା ଯାଉଥିବାରୁ ହାଇକୋର୍ଟ ପରବର୍ତ୍ତୀ ଶୁଣାଣି ଯାଏ ଅପେକ୍ଷା କରିବାକୁ କହିବା ସହିତ ଅକ୍ଟୋବର ଶେଷ ସପ୍ତାହକୁ ମାମଲାର ଶୁଣାଣି ଧାର୍ଯ୍ୟ କରିଛନ୍ତି।

Leave a Reply

Your email address will not be published. Required fields are marked *